ଏବିଇଓ ଠାକୁର ସାହୁଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା

● ଗଣନାଥପୁରରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଭବାନୀପାଟଣା: ସ୍ଥାନୀୟ ଗଣନାଥପୁର ହାଇସ୍କୁଲରେ ଭବାନୀପାଟଣା ଏବିଇଓ ଠାକୁର ଚରଣ ସାହୁଙ୍କୁ ବିଦାୟକାଳୀନ ସମ୍ଵର୍ଦ୍ଧନା ଦିଆଯାଇଛି। ଶ୍ରୀ ସାହୁ ବର୍ତ୍ତମାନ ମ.ରାମପୁରରେ ବିଇଓ ଭାବେ ପଦୋନ୍ନତି ପାଇଛନ୍ତି। ସେ ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ, ଏବିଇଓ ସାରଂଗଧର ମୁଣ୍ଡ, ସିଆରସିସି ବିଶ୍ବଜିତ ରାୟ, ଯୁବ ଗାଳ୍ପିକ ଡିଲେଶ୍ବର ରଣା, ଶିକ୍ଷାବିତ୍ ଲୋକନାଥ ମହାକୁଡ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେ.ମାଝୀ ଆଚାରୀ ପ୍ରମୁଖ ମଞ୍ଚାସୀନ ଥିଲେ।

Omkar Vasthu
Omkar Vasthu

ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ରବୀନ୍ଦ୍ର ଦାସ। ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ଶିକ୍ଷକ ମନୋଜ ମହାକୁଡ଼। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଓ ମଉଜା ବଣ୍ଟନ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

ଏଥିରେ ଶିକ୍ଷକ ଜଗନ୍ନାଥ ଦାସ, ଧନଞ୍ଜୟ ସାହୁ, ବସୁମତୀ ସାହୁ, ଅମିତ୍ ଜେନା, ଶାନ୍ତନୁ ପଟ୍ଟନାୟକ, ଅଶୋକ ସା, ମଳୟ କରୁଆଁ, ରୀନା ମହାପାତ୍ର, ସୁଜାତା ଯୋଶୀ, ସୁନା ସୂତା ହାତୀ, ଶାନ୍ତି ରାଣୀ ଡାଲି, ନିରୁ ମାହାନ୍ତି, ମଧୁ ମାଝୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ସୁରେନ୍ଦ୍ର ମହାଖୁଡ, ନମିତା ମାଝୀ, ରଞ୍ଜିତା ମାଝୀ, ମମତା ମହାକୁଡ଼, ଅଇଁଲୀ ମାଝୀ, ସରିତା ମାଝୀ, ଇନ୍ଦୁ ମହାକୁଡ଼, କୌଶଲ୍ୟା ମହାକୁଡ଼, ବାୟାଣୀ ମହାକୁଡ଼, ଜୟନ୍ତ ମହାନଦୀ, ଗୀତା ଗଉଡ ପ୍ରମୁଖ ଯୋଗ ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.