ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ନିଜସ୍ଵ ପ୍ରକଳ୍ପ ମିଶନ ସୂର୍ଯ୍ୟୋଦୟ ରଥର ଶୁଭାରମ୍ଭ ହୋଇଯାଇଛି। ମିଶନ ସୂର୍ଯ୍ୟୋଦୟ ରଥ ସକାଳୁ ସକାଳୁ ବ୍ଲକ କାର୍ଯ୍ୟାଳୟରୁ ବାହାରି ଥିବା ବେଳେ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକିର ମୋହନ ମାଝୀ, ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦିପ ଘଡେ଼ଇ, ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡିଓ ବିଭୂତି ଭୂଷଣ ସତପଥି ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ। ଏହି ଅବସରରେ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ପ୍ରକଳ୍ପର ପଚାଳକ ଲୋମ୍ବଦର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କା ଘର ଯୋଜନା ସମ୍ପର୍କରେ ସଚେତନ କରାଯିବ ବୋଲି ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି। ବ୍ଲକ ପ୍ରଶାସନ ପକ୍ଷରୁ ଶଙ୍ଖ ଏବଂ ଘଣ୍ଟ ଧ୍ୱନିରେ ମିଶନ ସୂର୍ଯ୍ୟୋଦୟ ରଥର ଶୁଭାରମ୍ଭ କରାଯାଇଥିଲା।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta. in