କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଡାକ ମଣ୍ଡଳ ତରଫରୁ ଚାରବାହାଲ ଠାରେ ଏକ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକ ବିଭାଗର ଉନ୍ନୟନ ଅଧିକାରୀ ଅଭିଷେକ ପଣ୍ଡାଙ୍କ ନେତୃତ୍ୱରେ ଏହି ଡାକ ମେଳା ଆୟୋଜିତ ହୋଇଥିଲା। ଉକ୍ତ ମେଳାରେ ସବ୍ ପୋଷ୍ଟ ମାଷ୍ଟର ଚାହାରବାହାଲ ଚିତ୍ତରଞ୍ଜନ ପ୍ରଧାନ, ଓଭରସିଅର ଗୌର ଚନ୍ଦ୍ର ମାଝୀ, ସମସ୍ତ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଉପସ୍ଥିତ ଥିଲେ। ସଭାରେ ଗ୍ରାମୀଣ ଡାକ ବୀମା ବିଷୟରେ ଅଧିକାରୀମାନେ ବୁଝାଇଥିଲେ ଓ କେମିତି ଲୋକମାନେ ଏହି ବୀମାରେ ସାମିଲ ହୋଇ ଲାଭ ଉଠାଇପାରିବେ ତାହା ଡାକ କର୍ମଚାରୀଙ୍କୁ ଜଣାଇ ଥିଲେ।