ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢିପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ ମାଁ ଗଜଲକ୍ଷ୍ମୀ ଏସଏଚଜି ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏଥିରେ ଗଜଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ବୁଢିପଦରର ସଭାନେତ୍ରୀ ସଂଯୁକ୍ତା ନାଗ, ସଂପାଦିକା ସବିତା ବିଶିଙ୍କ ସମେତ ସଦସ୍ୟା ଶାନ୍ତି ଜାଲ, ସାବେତ୍ରୀ ଧଙ୍ଗଡାମାଝୀ, ଚନ୍ଦ୍ରମାଁ ଧଙ୍ଗଡାମାଝୀ, ରେବତୀ ଧଙ୍ଗଡାମାଝୀ, ହେମବନ୍ତୀ ଧଙ୍ଗଡାମାଝୀ, ଗମନୀ ମାଝୀ, ମଦନାବତୀ ମାଝୀ, ଜାହ୍ନବୀ ଧଙ୍ଗଡାମାଝୀ ପ୍ରମୁଖ ଉପସ୍ଥିତ ଥିଲେ।





