ମାଁ ଦ୍ଵାରସେନି ଯୁବକ ସଂଘ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିଟିଲାଗଡ଼: ମାଁ ଦ୍ଵାରସେନି ଯୁବକ ସଂଘ ଆନୁକୂଲ୍ୟରେ ଶୁର୍ଡ଼ା ଗ୍ରାମଠାରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୁବ ସମାଜସେବୀ ମୁରଲୀ ବଗର୍ତ୍ତି ଉପସ୍ଥିତ ରହି ପତାକା ଉତ୍ତଲନ କରି ଉପସ୍ଥିତ ସମସ୍ତଙ୍କୁ ସ୍ଵାଧୀନତା ଦିବସର ମହତ୍ବ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଦୁର୍ଗା ବଗର୍ତ୍ତି ଉପସ୍ଥିତ ରହି ହର ଘର ତ୍ରିରଙ୍ଗା ବିଷୟରେ ଆଲୋଚନା କରି ଦେଶକୁ ସ୍ବାଧୀନ କରିବାରେ ପ୍ରାଣବଳୀ ଦେଇଥିବା ମହାପୁରୁଷମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିରେ ଆଲୋକ ବଗର୍ତ୍ତି, ମୁନ୍ନା ମଝି, ଗୋପ ବଗର୍ତ୍ତି, ମୁକେଶ ବଗର୍ତ୍ତି, ଗଜିନ ବଗର୍ତ୍ତି, ଅପିନ ଭାଟି, ଜମ୍ବୁ ରଣା ତଥା ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।ଶେଷରେ କ୍ଷେତ୍ରପାଲ୍ ରଣା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.