ସୁମିତ୍ରା ଦେବୀଙ୍କୁ ଯାଦବ ମହାସଭା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ ଉତ୍କେଲା/ କେସିଙ୍ଗା (ଅର୍ଜୁନ ପୋଢ/ ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ତଥା ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ପ୍ରଭାରୀ ଗୋବିନ୍ଦ ବନଛୋରଙ୍କ ମାତା ସୁମିତ୍ରା ଦେବୀଙ୍କ ଏକଦଶାହ କାର୍ଯ୍ୟ କେସିଙ୍ଗା ବୋରିଙ୍ଗପଦରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ସୁମିତ୍ରା ଦେବୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଜିଲ୍ଲା ଉପସଭାପତି ଦୁଲ୍ଲଭ ମାହାର, ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ, କଳାହାଣ୍ଡି ରାଜ ପରିବାରର ସଦସ୍ୟ ଆଦିତ୍ୟ ନାରାୟଣ ଦେଓ, ବରିଷ୍ଠ ଯାଦବ ନେତା ମିନିକେତନ ବାଗ, ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଗିରିଧାରୀ ତେଜି, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ ଓ କୃତିବାସ ବେମାଲ, ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ସହ ସମ୍ପାଦକ ତ୍ରିଲକ୍ଷ ନାଏକ, ନୂଆପଡ଼ା ଜିଲ୍ଲା ଯାଦବ ସମାଜର କପିଳେନ୍ଦ୍ର ଭୋଇ ଯାଦବ, ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେଶ କୁମାର ନାଗ, କେସିଙ୍ଗା ବ୍ଲକ ଯୁବ ଯାଦବ ମହାସଭା ସଭାପତି ଅଶୋକ ପୋଢ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତଙ୍କ ସମେତ ଅନେକ ଯାଦବ ନେତୃବୃନ୍ଦ ଉପସ୍ଥିତ ରହି ସ୍ୱର୍ଗତ ସୁମିତ୍ରା ଦେବୀଙ୍କ ସ୍ମୃତି ଚାରଣ କରିଥିଲେ ।

ଧର୍ମପରାୟଣ ମହିଳା ସୁମିତ୍ରା ଦେବୀ ୭୫ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିବାବେଳେ ତାଙ୍କ ପଛରେ ଚାରି ପୁଅ ବୋହୁ, ତିନି ଝିଅ ଜ୍ବାଇଁ ଓ ନାତି ନାତୁଣୀ ଅଛନ୍ତି । ଆଜିର ଏହି ଶୋକସଭାକୁ କାଣ୍ଡେଲ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପଙ୍କଜ ଗଉଡ ପରିଚାଳନା କରିଥିବାବେଳେ ଏଥିରେ ଯାଦବ ସମାଜ ବ୍ୟତିରେକ ଛତିଶ ପାଟକର ଲୋକ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.