ଗୁଜରାଟରେ ଗଡ଼ ବଜାୟ ରଖିବ କି ବିଜେପି? ହିମାଚଳରେ କାଣ୍ଟେ କା ଟକ୍କର; ଏକଜିଟ୍ ପୋଲ୍ ଦେଲା ଚ୍ୟାଲେଞ୍ଜ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ:  ଗୁଜରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ଗୁଜରାଟ୍ ରେ ୧୮୨, ହିମାଚଳପ୍ରଦେଶର ୬୮ ଆସନ ଲାଗି ଆଜି ଭୋଟ୍ ଗଣତି ହେଉଛି । ଗୁଜରାଟରେ ୨୭ ବର୍ଷର ଶାସକ ବିଜେପି ବିଜୟ ଆଶା ବାନ୍ଧିଛି । ସେପଟେ ହିମାଚଳପ୍ରଦେଶରେ ବିଜେପି ପୁଣି ଥରେ ଶାସନକୁ ଆସିବାକୁ ଜୋର୍ ଲଗାଇଛି । କଂଗ୍ରେସ ସହିତ କାଣ୍ଟେ କା ଟକ୍କର ଦେଖିବାକୁ ମିଳିଛି । ଏଥର ଆପ୍ ମଧ୍ୟ ବିପୁଳ ବିଜୟ ନେଇ ଦାବି କରିଛି । ତେବେ ଆଜ ତକ୍ ଏକଜିଟ ପୋଲ ଅନୁସାରେ, ଗୁଜରାଟରରେ ବିଜେପି ୧୨୯ରୁ ୧୫୧ ସିଟ, କଂଗ୍ରେସ-ଏନସିପି ୧୬ରୁ ୩୦, ଆପ ୯ରୁ ୨୧ ଏବଂ ଅନ୍ୟାନ୍ୟ ୨ରୁ ୬ଟି ଆସନରେ ଜିତିବେ ବୋଲି ଆକଳନ କରାଯାଇଥିଲା । ଆଉ ଏକ ଟିଭିର ଏକଜିଟ ପୋଲ ଅନୁଯାୟୀ, ବିଜେପି ୧୨୮ରୁ ୧୪୦, ଏନସିପି-କଂଗ୍ରେସ ୩୧ରୁ ୪୩, ଆପ ୩ରୁ ୧୧, ଅନ୍ୟାନ୍ୟ ୨ରୁ ୬  ଆସନରେ ଜିତିବ । ଇଣ୍ଡଆ ଟିଭି ଅନୁସାରେ, ବିଜେପି ୧୧୨ରୁ ୧୨୧, କଂଗ୍ରେସ-ଏନସିପି ୫୧ ରୁ ୬୧, ଆପ ୪ରୁ ୭ ଏବଂ ଅନ୍ୟାନ୍ୟ ୧ରୁ ୩ ଆସନରେ ଜିତ୍ ହାସଲ କରିବ । ନିଉଜ ୨୪ ଟୁଡେ ଚାଣକ୍ୟ ଅନୁସାରେ ବିଜେପି ୧୫୦, କଂଗ୍ରେସ-ଏନସିପି-୧୯, ଆପ ୧୧ ଏବଂ ଅନ୍ୟାନ୍ୟ ୨ ଆସନ ହାତେଇବ । ଋିପବ୍ଲିକ ଟିଭି ଅନୁଯାୟୀ ବିଜେପି ୧୨୮ରୁ ୧୪୮, କଂଗ୍ରେସ-ଏନସିପି ୩୦ରୁ ୪୨, ଆପ ୨ରୁ ୧୦ ଏବଂ  ଅନ୍ୟାନ୍ୟ ୦ରୁ ୩  ସିଟ୍ ପାଇବେ ।  ଟାଇମସ ନାଓ ଅନୁସାରେ ବିଜେପି ୧୩୫ରୁ ୧୪୫, କଂଗ୍ରେସ-ଏନସିପି ୨୪ରୁ ୩୪, ଆପ ୬ରୁ ୧୬ ଏବଂ ଅନ୍ୟାନ୍ୟ ୧ରୁ ୩ ଆସନରେ ଜିତିବାର ଆକଳନ କରିଥିଲା । ଡିସେମ୍ବର ୧ତାରିଖରେ ଗୁଜରାଟ ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ମତଦାନ ଓ ୫ ଡିସେମ୍ବରରେ ୨ୟ ପର୍ଯ୍ୟାୟରେ ୯୩  ପାଇଁ ମତଦାନ ହୋଇଥିଲା । ହିମାଚଳ ପ୍ରଦେଶରରେ ୬୮ ଆସନ ପାଇଁ ଗୋଟିଏ ପର୍ଯାୟରେ ଡିସେମ୍ବର ୧୨ ତାରିଖରେ ମତଦାନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.