ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ କଳାହାଣ୍ଡିର ଅଥର୍ବ ଆରିୟନ ପାଢ଼ୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ଜୁନାଗଡ ବ୍ଲକ ଦେଉଣ୍ଡି ଗ୍ରାମର ୫ ବର୍ଷର କୁନି ପୁଅ ଅଥର୍ବ ଆରିୟନ ପାଢୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। କମ୍ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସେ ଭାଗ ନେଇ ଅତି ସ୍ପଷ୍ଟ ଓ ନିର୍ଦ୍ଧାରିତ ସମୟ ଭିତରେ ୧୨ଟି ରଙ୍ଗ, ୭ଟି ପର୍ବ, ସପ୍ତାହର ଦିନ, ୧୨ଟି ମାସର ନାମ, ୬ଟି ଋତୁ, ୧୪ଟି ଫୁଲ, ୨୨ଟି ପକ୍ଷୀ, ୧୯ଟି ଫଳ, ୨୨ଟି ପନିପରିବା, ୧୪ଟି ଯାନବାହାନ, ଶରୀରର ୨୫ଟି ଅଙ୍ଗ, ଆକୃତି, ୧୪ଟି ଜାତୀୟ ଚିହ୍ନ, ୭ଟି ମହାଦେଶ, ୧୦ଟି ଗୃହପାଳିତ ପଶୁଙ୍କ ନାମ ଆଦି କହି ପାରିଥିଲେ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଅଥର୍ବ ସ୍ଥାନ ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଭବିଷ୍ୟତରେ ଜଣେ ମହାକାଶଚାରୀ ହେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି। ତାଙ୍କ ବାପା ସୀତେଶ କୁମାର ପାଢୀ ଜୁନାଗଡ ବ୍ଲକ ବକ୍ସିତୁଳସୀପାଲି ହାଇସ୍କୁଲରେ ସହଶିକ୍ଷକ ଥିବା ବେଳେ ମା’ ପ୍ରିୟଙ୍କା ସାବତ ଖର୍ଲାବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ଅଥର୍ବଙ୍କ ପରିବାର ଜୁନାଗଡ ଫତେନଗର ପଡାରେ ରହୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.