ସମ୍ବେଶ୍ବର ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡେଙ୍ଗାଗୁଡା ସମ୍ବେଶ୍ବର ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଘାଟନ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ମାଝି କ୍ରୀଡ଼ା ପତାକା ଉତ୍ତୋଳନ କରିବା ସହ ଉତ୍ସବକୁ ଉଦଘାଟନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କୃତ ପ୍ରଦାନ କରାଯାଇଥିଲା। ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦିପ୍ତିମୟୀ ପଣ୍ଡା, ମାନସ ମହାଖୁଡ, ହରେକ୍ରିଷ୍ଣା ହଂସ, ବାଲ କେତକୀ, ଆଶିଷ କୁମାର ନାଏକ, ଚକ୍ରପାଣି ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଖେଳ, ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବାକୁ ସକାଶେ ଆଲୋଚନା କରିଥିଲେ। ଖେଳ ଶିକ୍ଷକ ଶଙ୍କର ପୋଡ଼ ଖେଳ ଗୁଡ଼ିକ ପରିଚାଳନା କରିଥିବାବେଳେ କିଶୋର ସାହୁ, ଦେବ କୋଲଥିଆ ଓ ରାଏଚନ ନାଏକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.