ଖଲିଆପାଲିଠାରେ ବ୍ଲକ ସ୍ତରୀୟ ମିଳିତ ଜନ ଶୁଣାଣି ଓ ସମାଧାନ ଶିବିର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତ ପରିସରରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି ଶିବିରରେ ଖଲିଆପାଲି, ଚପ୍ରିଆ ଓ ଧାମନପୁର ଗ୍ରାମପଞ୍ଚାୟତ ସମେତ ଗୋଲାମୁଣ୍ଡା ବ୍ଲକର ଅନ୍ୟାନ୍ୟ ଗ୍ରାମପଞ୍ଚାୟତରୁ ଜନସାଧାରଣ ନିଜ ନିଜର ଅଭିଯୋଗ ନେଇ ଆସିଥିଲେ । ଅଭିଯୋଗ ପାଇଁ ୩୪୦ ଜଣ ପଞ୍ଜିକରଣ କରିଥିବା ବେଳେ ୮୦ ଜଣ ଲୋକଙ୍କ ଅଭିଯୋଗର ସମାଧାନ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ୮୦ ଜଣ ଲୋକଙ୍କ ଅଭିଯୋଗର ସମାଧାନ କରିଥିଲେ । ଗୋଲାମୁଣ୍ଡା ତହସିଲଦାର ଅଶୋକ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମକରଣ ନାଏକ, ଗ୍ରାମୀଣ ଆବାସ ବିଭାଗରୁ ଦିନେଶ ପାନକା, ସାମାଜିକ ସୁରକ୍ଷାର ଚନ୍ଦନ ବିହାରୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରମିତ ପ୍ରଧାନ, ଡ.ବିଜୟ କୁମାର ପଣ୍ଡା,ଅତିରିକ୍ତ କୃଷି ଉଦ୍ୟାନ ଅଧିକାରୀ ନିହାରିକା ସାହୁ, ପ୍ରାଣୀ ଚିକିତ୍ସକ ଭୁବନ ସାହୁ ,ଓଡିଶା ଜୀବନ ଜୀବିକା ନିଶନର ବିପିଏମ ସୁଧାଂଶୁ ବିଶ୍ବାଳ,ଖଲିଆପାଲି ସରପଞ୍ଚ ଜିମୁତ ବାହାନ ହରପାଲ ଓ ସମିତି ସଭ୍ୟ ରୋହିତ ଜଗତ, ଧାମନପୁର ଗ୍ରାମପଞ୍ଚାୟତ ସରପଞ୍ଚ ଦିଗାମ୍ବର ତାଣ୍ଡି , ଚପ୍ରିଆ ସରପଞ୍ଚ ଙ୍କ ପ୍ରତିନିଧି ନରହରି ବାଗ, ଜଳ ଓ ପରିମଳରୁ ସୁବାଷ ପଣ୍ଡା, ଏଏଓ ଲିଙ୍ଗରାଜ ମେହେର, କନିଷ୍ଠ ଯନ୍ତ୍ରୀ ନିକୁଞ୍ଜ ନାଏକ , ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାଏକ, ନରେଗା ଏପିଓ ଗୋପାଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.