ଗୋଲାମୁଣ୍ଡା ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡାସ୍ଥିତ ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ନିକଟସ୍ଥ ଶିବାଜୀ ଷ୍ଟାଡିୟମ ଠାରେ ବିଦ୍ୟାଳୟର ଅଧ୍ୟକ୍ଷ-ଅମର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା ନିର୍ଦ୍ଦେଶକ ଶାନ୍ତନୁ କୁମାର ପରିଡ଼ା , ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସମ୍ପାଦକ-ରୋହିତ ତାଣ୍ଡି, ସରପଞ୍ଚ ପୁରୁଷୋତ୍ତମ ରାଉତ, ସମିତି ସଭ୍ୟ ପ୍ରତିନିଧି ସୁବାସ ନାଏକ, ବରିଷ୍ଠ ଅଭିଭାବକ ମୁନିଆ ସୀପକା,ସମାଜ ସେବୀ -ଶ୍ୟାମ ସୁନ୍ଦର ଅଗ୍ରୱାଲ, ତଥା ବିଦ୍ୟାଳୟରେ ଅଧ୍ୟୟନରତ ଶତାଧିକ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆଳୁ – ଚାମଚ ଦୌଡ଼, ମ୍ୟୁଜିକ ଚେୟାର, ବ୍ୟାଡମିଣ୍ଟନ, ସ୍କିପିଙ୍ଗ, ବେଙ୍ଗ ଡିଆଁ, ୫୦ ମିଟର, ୧୦୦ ମିଟର,୨୦୦ ମିଟର ଦୌଡ଼, ଗଣିତ ଦୌଡ଼ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷା ଅଳକା କେଶରୀ, ଶିକ୍ଷକ ବିରେନ୍ଦ୍ର ସେନାପତି , ଲକ୍ଷ ରାଉତ, ,ଶମ୍ଭୁନାଥ ମେହେର, ଦେବେନ୍ଦ୍ର ନାଏକ, ରାଜେଶ ସା, ଦେବାଶିଷ ତେଜି, ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ଗୀତାଞ୍ଜଳି ବଳ,ସସ୍ମିତା ସାଗର,ଲୋପାମୁଦ୍ରା ରାଉତ , ଅଣ ଶିକ୍ଷକ କର୍ମଚାରୀ- ଉମା ଦୁରିଆ, ବିକାଶ ମଙ୍ଗରାଜ, ନରୋତ୍ତମ ଭାଟି, ପ୍ରମୁଖ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.