କନ୍ଧମାଳର ଡାକୁଲ ନୃତ୍ୟରେ ପ୍ରକମ୍ପିତ ହେଲା ବରଗଡ଼

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଉଦଘାଟନୀ ଉତ୍ସବରେ ଆୟୋଜିତ ସାଂସ୍କୃତିକ ଶୋଭାଯାତ୍ରାରେ ଯୋଗଦେଇ ଦର୍ଶକଙ୍କ ମନମୋହିଲେ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡାର କଳାକାର। କନ୍ଧମାଳ କଳା ବିକାଶ କେନ୍ଦ୍ରର ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା, ଜଗନ୍ନାଥ ବିଶୋଇ, ଏବଂ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ କନ୍ଧମାଳର ସର୍ବ ପୁରାତନ ଲୋକକଳା ଡାକୁଲ ନୃତ୍ୟ ବରଗଡ଼ରେ ପହଂଚି ଏକ କୋଡିଏ ଜଣିଆ ଟିମ ଦ୍ୱାରା ପରିବେଷଣ କରିଥିଲେ।

ବରଗଡ଼ ଧନୁଯାତ୍ରାର ସାଂସ୍କୃତିକ ଶୋଭାଯାତ୍ରାରେ ଏହି ଡାକୁଲ ନୃତ୍ୟକୁକୁ ଅଞ୍ଚଳର ଯୁବକ ଯୁବତୀ ଅଫିସର ମନଭରି ଉପଭୋଗ କରିଥିଲେ। ଆଦିମ ଅଧିବାସୀଙ୍କ ବେଶଭୁଷା କଳା ନୈପୁଣ ଏବଂ ନୃତ୍ୟକୁ ଜୀବନ୍ତ କରିବାରେ ସକ୍ଷମ ହୋଇଥିଲେ। ଏହି କଳା ସଂଗଠନ ଲୋକକଳା ଲୋକ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗ୍ରାମାଞ୍ଚଳର ପ୍ରତିଭାଙ୍କୁ ସୁଯୋଗ ଦେଉଥିବାରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.