କର୍ଲାମୁଣ୍ଡା ବ୍ଲକସ୍ତରୀୟ ଯାଦବ ସମାବେଶ : ତୃତୀୟଥର ପାଇଁ ଗରୁଡଧ୍ୱଜ ଗହୀର ସଭାପତି, ନରୋତ୍ତମ ସେଲମା ସଂପାଦକ ମନୋନୀତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା ତେରେସିଂହା ସ୍ଥିତ ବେଲପଡା ପାଟଖଣ୍ଡା ଯାତ୍ରା ପଡିଆ ଠାରେ କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ଯାଦବ ସମାବେଶ ଓ ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଗରୁଡଧ୍ୱଜ ଗହୀରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ନଗରପାଳ ନୃପରାଜ ଯାଦବ, ଉତ୍କଳ ଯାଦବ ମହାସଭା ସାଧାରଣ ସଂପାଦକ କୀର୍ତ୍ତନ ନାଏକ ମୁଖ୍ୟବକ୍ତା, ଜିଲ୍ଲା ସାଧାରଣ ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଉପସଭାପତି ଦୁଲ୍ଲଭ ମାହାର, ଜିଲ୍ଲାଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ପୂର୍ବତନ ବ୍ଲକ ସଭାପତି ଲୋକନାଥ ଗହୀର, ବ୍ଲକ ଯୁବଯାଦବ ସଭାପତି ତଥା ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ବରିଷ୍ଠ ଯାଦବ ସଂଗଠକ ମୋହନ ଥାପା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯାଦବ ସମାଜର ସାଂଗଠାନିକ ଅଭିବୃଦ୍ଧି ଓ ଯାଦବ ଜନଗଣନା ଉପରେ ଆଲୋକପାତ କରିଥିଲେ ।

ରାଜ୍ୟ ସରକାର ପ୍ରକାଶ କରିଥିବା କନେଷ୍ଟବଳ ନିଯୁକ୍ତିରେ ଓବିସିଙ୍କ ପ୍ରତି ସ୍ଥାନ ସଂରକ୍ଷଣ କରାଯାଇ ନଥିବାରୁ ସଭାରେ ତୀବ୍ର ନିନ୍ଦା କରାଯାଇଥିଲା । ନୀଳମଣି ଗହୀର ସଭାସଂଯୋଜନା କରିଥିବା ବେଳେ ବ୍ଲକ ସାଧାରଣ ସଂପାଦକ ନରୋତ୍ତମ ସେଲମା ବିବରଣୀ ପାଠନ କରିଥିଲେ । ପ୍ରାରମ୍ଭରେ ପାଟଖଣ୍ଡା ଦେବୀ ଓ ଶ୍ରୀରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ତା’ପରେ କର୍ଲାମୁଣ୍ଡା ବ୍ଲକ ଯାଦବ ସମିତିର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଏଥିରେ ଲଗାତାର ଭାବେ ତୃତୀୟ ଥର ପାଇଁ ଶିକ୍ଷାବିତ ଗରୁଡଧ୍ୱଜ ଗହୀର ସଭାପତି ଓ ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ସାଧାରଣ ସଂପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି । ଉପସଭାପତି ଭାବେ ମୂରଲୀ ପୋଢ ଓ ମାୟାଧର ଭୋଇ, ଯୁଗ୍ମସଂପାଦକ ଭାବେ ମକରଧ୍ୱଜ ବାଗ ଓ କୋଷାଧ୍ୟକ୍ଷ ଭାବେ ବିଦେଶୀ ଘିଭେଲା ମଧ୍ୟ ସର୍ବସମ୍ମତିରେ ମନୋନୀତ ହୋଇଥିଲେ ।

କାର୍ଯ୍ୟକାରୀ କମିଟିକୁ ନୃପମଣୀ ଗହୀର, ଭକ୍ତ କାଲସାଏ, ଫକୀର ଗହୀର, ଭଗତରାମ ଗହୀର, ରାଜୀବଲୋଚନ ଗହୀର, ବନମାଳି ବଗର୍ତ୍ତୀ, ପିତାମ୍ବର ବାଗ, ପ୍ରକାଶ କରୁଆଁ, ପ୍ରସନ୍ନ ହାତୀ, ତ୍ରିଲୋଚନ ବାଗ, ପବିତ୍ର ବାଗ, ବସନ୍ତ ବାଗ, ଚରଣ ବାଗ, ଚୁଡାମଣି ବାଗ, ଚୌଧୁରୀ ବାଗ, ରୁଦ୍ରପ୍ରସାଦ ଜାଲ, ଘନ ବଗର୍ତ୍ତୀ, କରୁଣା ଭୋଇ ପ୍ରମୁଖ ମନୋନୀତ ହୋଇଥିଲେ । ଏହି ସମାବେଶରେ ବ୍ଲକର ସମସ୍ତ ଅଞ୍ଚଳରୁ ପ୍ରାୟ ୨ଶହରୁ ଅଧିକ ଯାଦବ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗଜାନନ ଗହୀର, ତରୁଣ ଗହୀର, ବୃନ୍ଦାବନ ବାଗ, ଶିଶିର ଗହୀର, ପ୍ରଦୀପ ଗହୀର (ସୁରୁ), ରତ୍ନାକାର ଭୋଇ, ପୁଣ୍ଡାରୀକାକ୍ଷ ଗହୀର, ନୀଳମଣି ବାଗ ଙ୍କ ସମେତ ତେରେସିଂହା ଓ କୁନ୍ଦେଇପାଲି ଗ୍ରାମଯାଦବ କମିଟି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.