ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କଲା ବିସିସିଆଇ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୩ ଦିନିକିଆ ବିଶ୍ୱକପ ପାଇଁ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଯୋଜନାବଦ୍ଧ ଭାବେ ଖେଳ ଚୟନ କରୁଛି । ଏ ପର୍ଯ୍ୟନ୍ତ ଖେଳାଳିଙ୍କ ନାମ କିନ୍ତୁ ଘୋଷଣା କରାଯାଇ ନାହିଁ । ତେବେ ଅନେକ ବରିଷ୍ଠ ଖେଳାଳି ଓ କ୍ରିକେଟ ସମୀକ୍ଷକ ସେମାନଙ୍କ ପସନ୍ଦର ଖେଳାଳିଙ୍କ ସୂଚୀ ଜାରି କରିବାରେ ଲାଗିଛନ୍ତି । କମେଂଟେଟର ହର୍ଷ ଭୋଗଲେ ତାଙ୍କ ତାଲିକାରେ ରୋହିତ ଶର୍ମା, କେଏଲ ରାହୁଲ, ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, ଈଶାନ କିଶାନ, ରିଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଯଶପ୍ରୀତି ବୁମରାହ, ମହମ୍ମଦ ସାମି, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ରଖିଛନ୍ତି । ରଜତ ପାଟୀଦାର ଓ ଉମରାନ ମଲିକଙ୍କୁ ଷ୍ଟାଣ୍ଡବାଇରେ ରଖିଛନ୍ତି । ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଆୟୋଜିତ ହେବ । ବିସିସିଆଇ ଖେଳାଳିଙ୍କ ଫର୍ମ ଏବଂ ଫିଟନେସକୁ ଆଖି ଆଗରେ ରଖି ଶେଷରେ ଚୂଡାନ୍ତ ଦଳ ଚୟନ କରିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.