ଦିଲ୍ଲୀ ଆମ୍ ଆଦ୍‌ମୀ ପାର୍ଟିକୁ ଧୋକା; ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ କାଉନସିଲର

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀ ଆମ୍ ଆଦ୍‌ମୀ ପାର୍ଟିକୁ ଧୋକା। ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ ଆପ କାଉନସିଲର ପୱନ ସେରାୱତ।  ଶୁକ୍ରବାର ସେ ବିଜେପିରି ଯୋଗ ଦେବା ସହ ସହ ସଂଗୀନ ଅଭିଯୋଗ ଆଣିଛନ୍ତି। ମ୍ୟୁନିସିପି ପାଲଟି କୋରପୋରେସନ ହାଉସ୍‌ରେ ମିଛଟାରେ  ହାଲ୍ଲା ମଚାଇବାକୁ ଆପ୍‌ ତାଙ୍କୁ ବାଧ୍ୟ କରିଥିଲା। ଆପ୍ର ରାଜନୀତିରେ ସେ ଅଣିନିଶ୍ୱାସୀ ହୋଇପଡ଼ୁଥିଲେ ବୋଲି ପବନ ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଦିଲ୍ଲୀରେ ମେୟର ଓ ଉପମେୟର ନିର୍ବାଚନ ସରିବା ପରେ ଷ୍ଟାଣ୍ଡିଂ କମିଟି ନିର୍ବାଚନ ହୋଇପାରୁନି। ଗୃହ ଭିତରେ ଦୁଇ ଦଳ ମଧ୍ୟରେ ମାରପିଟ୍‌ ଧସ୍ତାଧସ୍ତି ହେଉଛି। ଫଳରେ ବୁଧବାର ଏମ୍‌ସିଡି ଗୃହକୁ ଗୁରୁବାର ସକାଳ ୧୦ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ମେୟର। ପୁଣି ଗୁରୁବାର ମଧ୍ୟ ସମାନ ପରିସ୍ଥିତି ଦେଖା ଦେଇଥିଲା। ବୁଧବାର ରାତିରେ ଆପ୍ ଓ ବିଜେପିର ଅନେକ ସଦସ୍ୟ ମାରି୍‌ପିଟ୍‌ କରିଥିଲେ। ପ୍ଲାଷ୍ଟିକ୍ ବୋତଲ ଫିଙ୍ଗିବା ସହ ଠେଲାପେଲା ଲାଗିଥିଲା। ଘଟଣା ଅନୁସାରେ, ଷ୍ଟାଣ୍ଡିଂ କମିଟି ନିର୍ବାଚନରେ ଦିଲ୍ଲୀ ମେୟର ଶେଲୀ ଓବରୟ ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଏହାକୁ ନେଇ ବିରୋଧ କରି ବିଜେପି ଗୃହରେ ହଙ୍ଗାମା କରିଥିଲା। ମୋବାଇଲ୍ ଫୋନ୍ ୟୁଜ୍ କରିବାକୁ ଅନୁମତି ଦେବା ଗୋପନୀୟତା ନିୟମର ଉଲ୍ଲଂଘନ ହେବବୋଲି ବିଜେପି କହିଥିଲା। ଏହାପେର ବି ଭୋଟିଂ ଜାରି ରହିଥିଲା। ତେବେ ହଟ୍ଟଗୋଳ ହେବାରୁ ୪୭ ଖଣ୍ଡ ଭୋଟ୍ ପଡ଼ିବା ପରେ ଏହା ଭୋଟିଂ ବନ୍ଦ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.