ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ମାର୍ଚ୍ଚ ୫ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସି ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେକୁ ଲୋକାର୍ପଣ କରିଛନ୍ତି l ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକେପ୍ଟରରେ ଆସି ଉଦଘାଟନ ସ୍ଥଳୀକୁ ପହଞ୍ଚିଥିଲେ । ୫୯୦ କୋଟି ୭୪ ଲକ୍ଷର ଫୋରଲେନ ବିଶିଷ୍ଟ ୧୭୪.୫୦୪ କିମି ରାସ୍ତାକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ମଞ୍ଚରେ ଅଞ୍ଚଳବାସୀକୁ ଅଭିବାଦନ ଜଣେଇ ଆରାଧ୍ୟ ଦେବତା ପ୍ରଭୁ ବୁଢାରାଜାଙ୍କୁ ‘ଜୟ ବୁଢ଼ା ରାଜା’ କହି ବକ୍ତବ୍ୟ ସାରିଥିଲେ । ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା ୲ ଏହି ଏକ୍ସପ୍ରେସ ଓ୍ଵେ କେବଳ ଏ ଅଞ୍ଚଳ ନୂହେଁ ସାରା ଓଡ଼ିଶା ପାଇଁ ବିକାଶର ନୂଆ ଇତିହାସ ଲେଖିବ । ବିଜୁ ଏକ୍ସପ୍ରେସ ଓ୍ଵେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିବ ଏଣୁ ଏହାକୁ ନେଇ ଅଞ୍ଚଳ ବାସୀ ଆନନ୍ଦିତ ଅଛନ୍ତି । ବିଜୁ ଏକ୍ସପ୍ରେସ ୱେରେ ଗମନା ଗମନ ସୁଗମ ହେବା ସହିତ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ ୲ କାର୍ଯ୍ୟକ୍ରମରେ ସାଂସଦ ସୁଜିତ କୁମାର, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତୀ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ବାଗ, ଆମପାଣି ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ ସମେତ ଉପଜିଲ୍ଲାପାଳ ବେଦଭୂଷଣ, କୋକସରା ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ଦେବବ୍ରତ କରାଟି ଏବଂ ପୂର୍ତ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିକୁ କଡାକଡି କରାଯାଇଥିଲା । ସମାବେଶରେ ହଜାର ହଜାର ମହିଳା ସାମିଲ ହୋଇଥିବା ବେଳେ ମହିଳାଙ୍କ ହୁଳହୁଳି ରେ ସମାବେଶ ପ୍ରଙ୍କମ୍ପି ଉଠିଥିଲା । ଦଳୀୟ କର୍ମୀ, କର୍ମକର୍ତା ଓ ସରକାରୀ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।