ଝିଗିଡିରେ ପିକଅପ୍ ଓଲଟି ୧୮ ଗୁରୁତର ଘଟଣା: ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି ( ନିଲେଶ କୁମାର ନାଗ): ଜଣେ ଠିକାଦାରଙ୍କ ଡାକରାରେ ନୀଳଗିରି ଗଛ କାଟିବାକୁ ଶୁକ୍ରବାର ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ୍ ଯୋଗେ ରାୟଗଡା ଜିଲ୍ଲା ଦହିଖାଲକୁ ଯାଉଥିବାବେଳେ କଳାହାଣ୍ଡି-ରାୟଗଡା ସୀମାନ୍ତ ଝିଗିଡିରେ ଭ୍ୟାନଟି ଓଲଟି ପଡିବାରୁ ଏଥିରେ ବସିଥିବା ୧୮ଜଣ ଶ୍ରମିକ ଗୁରୁତର ଓ ୮ ଜଣ ସାମାନ୍ୟ ଆହତ ହୋଇଥିଲେ । ଏଥିରେ ବସିଥିବା ସମସ୍ତ ଶ୍ରମିକ ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ଜାରେଙ୍ଗପଟା, ଇରକୁଲି ଓ ବରାଘାଟି ଗାଁର ହୋଇଥିବାବେଳେ ଗୁରୁତର ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନେ ଚିକିତ୍ସିତ ହେଉଥିବାବେଳେ ଆଜି ଅପରାହ୍ନରେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.