କୁଲେଇଜୋର ବୁଲାଣି ନିକଟରେ ବାଇକ୍ ଦୁର୍ଘଟଣା ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର କୁଲେଇଜୋର୍ ବୁଲାଣି ନିକଟରେ ମଙ୍ଗଳବାର ସଂଧ୍ୟାରେ ଘଟିଛି ଏକ ବାଇକ୍ ଦୁର୍ଘଟଣା। ଏଥିରେ ଜଣେ ଯୁବକ ଗୁରୁତର ଆହତ ହେଇଛନ୍ତି। ସ୍ଥାନୀୟ ଲୋକଙ୍କ ସୁଚନା ପାଇ କଲମପୁର ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାପ୍ତ ସୁଚନା ଅନୁସାରେ କଲମପୁର ଗ୍ରାମର କୃଷ୍ଣ ବାଗ ନାମକ ଜନୈକ ଯୁବକ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ଦେଇ ପଣ୍ଡିଗାଁ ପଟକୁ ଯାଉଥିବା ବେଳେ କୌଣସି କାରଣରୁ କୁଲେଇଜୋର ବୁଲାଣି ନିକଟରେ ନିଜ ବାଇକ୍ ରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ । ଏହି ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇ କଲମପୁର ଅଗ୍ନିଶମ ବାହିନୀର ଭାରପ୍ରାପ୍ତ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ବରେ ନିର୍ମଳ ତରିଆ, ଡିସେମ୍ବର ବୁଡେକ ଏବଂ ଥବିର ସେଠ ପ୍ରମୁଖ କର୍ମଚାରୀ ଗୁରୁତର କୃଷ୍ଣଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.