ଦୁନିଆର ସବୁଠୁ ମହଙ୍ଗା ନେଲ୍‌ପଲିସ୍‌; ମୂଲ୍ୟ ୨ କୋଟି

ଆଜିକାଲି ଲୋକଙ୍କ ଧାରଣା ଯେ, ଯେଉଁ ସାମଗ୍ରୀର ମୂଲ୍ୟ ଅଧିକ ତାହା ସବୁଠୁ ଭଲ ବ୍ରାଣ୍ଡ । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ କମ୍ପାନୀ ସେମାନଙ୍କ ସାମଗ୍ରୀର ମୂଲ୍ୟ ମଧ୍ୟ ବଢାଇଥାନ୍ତି । ହେଲେ ଗୋଟେ ନେଲପଲିସ୍‌ର ଦାମ ଜାଣିଲେ ଆପଣ ତାଜୁବ୍ ହୋଇଯିବେ । ଏହି ନେଲପଲିସ ଏବେ ଦୁନିଆର ସବୁଠୁ ଦାମି ନେଲପଲିସ ଭାବେ ଜଣାଶୁଣା । ଏହାର ମୂଲ୍ୟ ରହିଛି ୨.୫ ଲକ୍ଷ ଆମେରିକୀୟ ଡଲାରରୁ ଅଧିକ ଅର୍ଥାତ୍ ଭାରତୀୟ ମୁଦ୍ରାରେ ଏହା ୨ କୋଟି ଟଙ୍କା । ଏତେ ଦାମିକା ନେଲପଲିସ୍ ପ୍ରସ୍ତୁତ କରିଥିବା ଏହି କମ୍ପାନୀର ନାମ ହେଉଛି ଆଜାଟୁର । ଏହାକୁ ଲସ୍ ଆଞ୍ଜେଲସ୍‌ର ଡିଜାଇନର୍ ଆଜାଟୁର ପୋଗୋସିଆନ୍ ତିଆରି୍ କରିଛନ୍ତି । ଅତୀତରେ ସେ ଏପରି ଅନେକ ନେଲପଲିସ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି, କିନ୍ତୁ ତାଙ୍କ ଦ୍ୱାରା ପ୍ରସ୍ତୁତ କଳା ରଙ୍ଗର ନେଲପଲିସ୍ ଆଜାଟୁର ଦୁନିଆର ସବୁଠାରୁ ମହଙ୍ଗା ନେଲପଲିସ୍ । ଏହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । କାରଣ ଏହି ମୂଲ୍ୟରେ ୩-୪ ଟି ଦାମୀ କାର ବା ବିଳାସପୂର୍ଣ୍ଣ ଫ୍ଲାଟ କିଣାଯାଇପାରିବ । ବାସ୍ତବରେ, ଏହି ଦାମିକା ନେଲପଲିସ୍‌ରେ ୨୬୭ କ୍ୟାରେଟ୍ କଳା ହୀରା ବ୍ୟବହୃତ ହୋଇଛି । ଏହି କାରଣରୁ ଏହାର ଦାମ ୨ କୋଟି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨୫ ଜଣ ଏହାକୁ କିଣିବାକୁ ସକ୍ଷମ ହୋଇଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.