ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଅଞ୍ଚଳର ସାଧାରଣ ଜନତାଙ୍କ ସେବା ପାଇଁ ସଦା ସମର୍ପିତ ଦଣ୍ଡପାଟ ସେବା ସଂଗଠନ ଅତି ଅଳ୍ପ ସମୟ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି। ରୋଗୀଙ୍କ ସୁବିଧା ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦେବା, ଆବଶ୍ୟକତା ଅନୁଭବ କରୁଥିବା ଲୋକମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ ଠାରୁ ଆରମ୍ଭକରି ବେରୋଜଗାରଙ୍କ ଜୀବନଜୀବିକାର ମାନ ବୃଦ୍ଧି କରିବା ସହ ବିଭିନ୍ନ ଜନହିତକର କାର୍ଯ୍ୟ କରି ଆସୁଛି। ଏହି ଅନୁଷ୍ଠାନ ଆଗକୁ ଆହୁରି ଅଧିକ କ୍ରିୟାଶୀଳ ହୋଇ ଦଣ୍ଡପାଟ ଅଞ୍ଚଳର ସେବା କରି ଚାଲିଥାଉ ବୋଲି ଦଣ୍ଡପାଟ ଯୁବ ସେବା ସଂଗଠନର ପ୍ରଥମ ସ୍ବନକ୍ଷତ୍ର ଉତ୍ସବରେ ମତ ପ୍ରକାଶ ପାଇଛି।
ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଗୋରୁ ବଜାର ପ୍ରାଙ୍ଗଣରେ ଦଣ୍ଡପାଟ ଯୁବ ସେବା ସଂଗଠନର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଭବେଶ ଗଇଁତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ମୂଖ୍ଯ ବକ୍ତା ଭାବେ କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକ, ସମ୍ମନୀତ ଅତିଥି ଭାବେ ଶିକ୍ଷାବିତ୍ ତୁଲସୀରାମ ବାରିକ, ଭକ୍ତଚରଣ ଭୋଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀ, ପୂର୍ବତନ ସରପଞ୍ଚ ତଥା ଦଣ୍ଡପାଟ ପ୍ରଡ୍ୟୁସର ଗ୍ରୁପ୍ ସଭାପତି ସୁଚିତ୍ରା ଗୋପାଳ, ଆମପାଣି ଜୋନ-୨ ଜିଲ୍ଲା ପରିଷଦ ହେମନ୍ତ ମାଝି, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ପୂର୍ବତନ ସଭାପତି ଚିନ୍ମୟ ବେହେରା, ସଂପାଦକ ଅବିନାଶ ମୁଣ୍ଡ, ପ୍ରିୟ ରଞ୍ଜନ ମୁଣ୍ଡ ପ୍ରମୁଖ ମଞ୍ଚାସୀନ ଥିଲେ।
ପ୍ରଥମେ ମାଁ ଦନ୍ତେଶ୍ବରୀଙ୍କୁ ପୁଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଡ୍ୟୁସର ଗ୍ରୁପ୍ ସଂପାଦିକା ସଙ୍ଗୀତା ବିଶି ସ୍ବାଗତ ସଂଗୀତ ଗାନ କରିଥିଲେ। ପ୍ରଡ୍ୟୁସର ଗ୍ରୁପ୍ ଝିଅମାନଙ୍କ ଦ୍ବାରା ଅତିଥି ମାନଙ୍କୁ ବ୍ୟାଚ୍ ଓ ଫୁଲତୋଡା ଦେଇ ସ୍ବାଗତ କରାଯାଇଥିଲା। କାର୍ଯ୍ୟକ୍ରମକୁ କ୍ଷୀରସିନ୍ଧୁ ବାଣୁଆ ପରିଚାଳନା କରିଥିବା ବେଳେ ସଂପାଦକୀୟ ବିବରଣୀ ପଠନ କରିଥିଲେ ଭୁଜବଳ ନାଏକ। ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଦ୍ବାରା ଅନୁବନ୍ଧିତ ଦଣ୍ଡପାଟ ଯୁବ ସେବା ସଂଗଠନର ସେବା କାର୍ଯ୍ୟକ୍ରମ ୨୦୨୨-୨୦୨୩ ବ୍ୟାନର ଏହି ଅବସରରେ ଲୋକାର୍ପଣ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଟେଲରିଂ ପ୍ରଶିକ୍ଷଣ ନେଇଥିବା ଛାତ୍ରୀ, ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ସାମିଲ ହେଇଥିଲେ। ସମସ୍ତ କାର୍ଯ୍ୟକୁ ଟେଲରିଂ ଟ୍ରେନର ସାବିତ୍ରୀ ନାଏକ, ଚାନ୍ଦିନୀ ଭୋଇ, ଉପସଭାପତି ତରେଶ ବିଶି, କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ, ସହ ସମ୍ପାଦକ ଶୁଶିଲ ଚନ୍ଦ୍ର ନାଗ, ହେମାଳ ବିଶି, ଟିକେଶ୍ବର ଭୋଇ, ତ୍ରିଲୋକ ସିଂହ, କ୍ଷୀରସିନ୍ଧୁ ବାଗ, ରିଙ୍କୁ ବିଶି, ରଙ୍ଗାଧର ନାଗ ପ୍ରମୂଖ ସହଯୋଗ କରିଥିଲେ। ଶେଷରେ ଇଶ୍ଵର ବାଣୁଆ ଧନ୍ୟବାଦ ଅର୍ପଣ କରିଥିଲେ ।