ଆରଣ୍ୟକ ବାରିକ ସମାଜର ସାମ୍ବିଧାନିକ ବୈଠକ ଓ ନୂତନ ଜିଲ୍ଲାସ୍ତରୀୟ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆରଣ୍ୟକ ବାରିକ(ଭଣ୍ଡାରି) ସମାଜର ସାମ୍ବିଧାନିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତି ଭଗବାନ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ସମସ୍ତ ପ୍ରତିନିଧି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ବୃନ୍ଦାବନ ବାରିକ, ରଘୁନାଥ ବାରିକ ଉପସଭାପତି, ନିର୍ମଳ ବାରିକ ସମ୍ପାଦକ ଓ ଦୁଃଖୀରାମ ବାରିକଙ୍କୁ ସହସମ୍ପଦକ, ଗିରିଧାରୀ ବାରିକ କୋଷାଧ୍ୟକ୍ଷ, ହେମସାଗର ବାରିକ ସହ କୋଷାଧ୍ୟକ୍ଷ ମନୋନୀତ ହୋଇଥିଲେ । ସମସ୍ତ ଆଞ୍ଚଳିକ ଗୋଷ୍ଠୀର ସଭାପତି, ସମ୍ପାଦକ ଓ ଶହ ଶହ ସଂଖ୍ୟାରେ ସଭ୍ୟ ସଭ୍ୟା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.