ଉଚ୍ଛଳା ୟୁପି ସ୍କୁଲରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ଉଚ୍ଛଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ-ଅବିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନବ କିଶୋର ନାଏକଙ୍କ ଆହ୍ୱାନ କ୍ରମେ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଉଚ୍ଛଳା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ଟେମଳ ନାଏକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।  ମଞ୍ଚାସୀନ ଅତିଥି ଭାବରେ ଅଞ୍ଚଳ ର ସମାଜସେବୀ ଚକ୍ରଧର ନାଏକ, ଯୁଗଳ କିଶୋର ନାଏକ, ଓ୍ବାର୍ଡ ମେମ୍ବର ଜ୍ୟୋସ୍ନା ରାଣୀ ନାଏକ ଓ ଅଙ୍ଗନୱାଡ଼ି କର୍ମୀ ଶାନ୍ତିଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚାସୀନ ଅତିଥି ମାନେ ଗତ ଦୁଇ ବର୍ଷ ମଧ୍ୟରେ ବିଦ୍ୟାଳୟର ଭୈଗଳିକ ସ୍ଥିତିକୁ ଭୂୟସୀ ପ୍ରଶଂସା କରିଥିବା ବେଳେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଧାନ ଶିକ୍ଷକ ନବ କିଶୋର ନାଏକ ବିଦ୍ୟାଳୟରେ ପରିଚାଳିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଯଥା ମୈଳିକ ସ୍ବାକ୍ଷର ଓ ସଂଖ୍ୟା ଜ୍ଞାନ ପରିବେଶ ଉସ୍ୱବ ପୂର୍ଣ୍ଣ ଉପସ୍ଥାପନା ଦିବସ, ଗ୍ରୀଷ୍ମ ଅବକାଶ କାଳୀନ ଗୃହକାର୍ଯ୍ୟ, 5T ଜରିଆରେ ବିଦ୍ୟାଳୟର ରୃପାନ୍ତରଣ, ମୋ ସ୍କୁଲ ଅଭିଯାନ ଓ ମୁଖ୍ୟ ମନ୍ତ୍ରୀଙ୍କ ଶିକ୍ଷା ପୁରସ୍କାର ଇତ୍ୟାଦି ବିଷୟରେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଲକ୍ଷେଶ୍ବର ସାହୁ ପାନୀୟ ଜଳ ଯୋଗାଣ ସହିତ ବୈଠକ କକ୍ଷରେ ସାଜସଜ୍ଜା ସହିତ ପରିଚାଳନା କରିଥିବା ବେଳେ ବାଲେଶ୍ବର ଦୁର୍ଗା କାର୍ଯ୍ୟ ଫର୍ଦ୍ଦ ଲାଇବ୍ରେରୀ ବଣ୍ଟନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.