ଖଲ୍ଲିକୋଟରେ ଇଦ-ଉଲ-ଫିତର ପାଳିତ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ମୁସଲମାନ ସମ୍ପ୍ରଦାୟର ପବିତ୍ର ଇଦ ଉଲ ଫିତର ଉତ୍ସବ ଖଲ୍ଲିକୋଟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି l ଦୀର୍ଘ ଏକ ମାସ କଲା ମୁସଲମାନ ସମ୍ପ୍ରଦାୟ ର ଭାଇ ଭଉଣୀ ମାନେ ଉପବାସ ପାଳନ କରୁଥିବା ବେଳେ ଗତକାଲି ଇଦ ଚାନ୍ଦ ଦେଖିବା ପରେ ଶନିବାର ଦିନ ଇଦ ଉଲ ଫିତର ପାଳିତ ହୋଇଛି l ମୁସଲମାନ ମାନେ ମସଜିଦ ରେ ନମାଜ ପଢିବା ସହ ମିଠା ଖୋଇବ ର ଆଦାନ ପ୍ରଦାନ ହେବା ସହ ହିନ୍ଦୁ ମୁସଲମାନ ଏକତ୍ରିତ ମିଶି ପାଳନ କରି ଭାଇ ଚାରା ସୃଷ୍ଟି କରିଥିଲେ l ଇଦ ଉଳ ଫିତର ପର୍ବ ରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ ଇଂ .ନିରଞ୍ଜନ ବେହେରା ଓ ବ୍ଲକ ଅଧକ୍ଷ ଦୈତାରୀ ବେହେରା ମିଳିତ ନମାଜ ପାଠ କାର୍ଯ୍ୟକରଣ ରେ ଯୋଗଦେଇଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.