କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’ ଆରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାମଗ୍ରିକ ଭାବରେ ଏକ ବିକଶିତ କଳାହାଣ୍ଡି ଗଠନ ଲକ୍ଷ୍ୟନେଇ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭାରମ୍ଭ ହୋଇଛି । କଳାହାଣ୍ଡି ଜିଲାର ଚାଷୀଭାଇ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହେଉଥିବାବେଳେ ସେମାନଙ୍କୁ ସେମାନଙ୍କ ହକ୍ ଦେବା ପାଇଁ କଳାହାଣ୍ଡି ବିକାଶ ପରିଷଦ ପବିତ୍ର ଅକ୍ଷୟ ତୃତୀୟାରୁ ନିଜର ଅଭିଯାନ ଆରମ୍ଭ କରିଛି ବୋଲି ମତବ୍ୟକ୍ତ କରିଛନ୍ତି ଅଧ୍ୟକ୍ଷା ଡ଼ଃ ସୁନୀତି ମୁଣ୍ଡ । ଏଥି ସହିତ ଜିଲ୍ଲାରେ ଯେଭଳି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପରିବହନ, ଶିଳ୍ପ ସ୍ଥାପନ, ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସର୍ବୋପରି ଏକ ସୁନ୍ଦର ସବୁଜ କଳାହାଣ୍ଡି ଗଢିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ପରିଷଦର ଅଧ୍ୟକ୍ଷା ଡଃ. ସୁନୀତି ମୁଣ୍ଡ୍ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୋମବାର ଠାରୁ ଏହି ଯାତ୍ରା କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସମସ୍ତ ପ୍ରାନ୍ତକୁ ଯାଇ ଜନସାଧାରଣଙ୍କୁ ସେମାନଙ୍କ ସମସ୍ୟା ଏବଂ ସମବେତ ଭାବରେ ତାହାର ପ୍ରତିକାର ନିମନ୍ତେ ସ୍ୱର ଉଠାଇବାକୁ ପ୍ରେରିତ କରିବ ବୋଲି ଜଣାପଡିଛି । ଏହି ଅଭିଯାନର ମୁଖ୍ୟ ଶ୍ଲୋଗାନ ଭାବେ- ‘ସମ୍ମିଳିତ ପ୍ରୟାସ କଳାହାଣ୍ଡିର ବିକାଶ’, ‘ଆମର ପ୍ରୟାସ ସୁସ୍ଥ କଳାହାଣ୍ଡି’, ‘ଆମର ଲକ୍ଷ ଶିଳ୍ପ ସମୃଦ୍ଧ କଳାହାଣ୍ଡି’, ‘ଆମର ପରିକଳ୍ପନା ସବୁଜ ସୁନ୍ଦର କଳାହାଣ୍ଡି’, ‘ଆମର ଚିନ୍ତନ ଶିକ୍ଷିତ କଳାହାଣ୍ଡି’ଗୁଡିକ ରଖାଯାଇଥିବା ଜଣାପଡିଛି । ପ୍ରତିଦିନ ଏହି ଯାତ୍ରା ଅନ୍ତତଃ ୧୨ କିଲୋମିଟର ଯିବ ଏବଂ ଏହି ଅବସରରେ ସଚେତନତା କାର୍ଯ୍ୟକ୍ରମ ସହିତ ପଥପ୍ରାନ୍ତ ସଭାମାନ ଆୟୋଜନ କରାଯିବ । ପାଖାପାଖି ୭୦ ଦିନ ଏହି ଯାତ୍ରା ଚାଲିବ ବୋଲି ଡଃ.ମୁଣ୍ଡ୍ ପ୍ରକାଶ କରିବା ସହିତ ଏଥିରେ କଳାହାଣ୍ଡି ଓ ନୂଆପଡ଼ା ଏହି ଦୁଇ ଜିଲ୍ଲାବାସୀଙ୍କର ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.