ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ପଦ୍ମ ଲୋଚନ ମିଶ୍ରଙ୍କ ନେତୃତ୍ୱରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭା ଯାତ୍ରା ବେଳେ ହେଇଥିବା ବର୍ବର ଆକ୍ରମଣର ନିନ୍ଦା ତଥା କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଶୋଭା ଯାତ୍ରା ଓ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି। ଏହି ଅବସରରେ ଏକ ଶୋଭା ଯାତ୍ରା ବାହାରି ସହର ପରିକ୍ରମା କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମ.ରାମପୁର ବିଡ଼ିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ନାଏକ, ଖୁସି ରାମ ସାହୁ, ପ୍ରତାପ ଚନ୍ଦ୍ର ରଣା, ଗୋକୁଳାନନ୍ଦ ବିଶ୍ଵାଳ, ମଳୟ କୁମାର ତ୍ରିପାଠୀ, ଶରତ କୁମାର ସାହୁ, କାମଦେବ ସାହୁ, ଦିବାକର ବାଗ ପ୍ରମୁଖ ଉପସ୍ଥିତ ରହି ଏହି ଘଟଣାର ନିନ୍ଦା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଛନ୍ତି ।