ପରକୀୟା ପ୍ରୀତି, ବିଷମ ରୀତି; ଶଳା ଓ ଶଳାଭାଉଜଙ୍କୁ ନଣନ୍ଦେଇଙ୍କ ମରଣାନ୍ତକ ଆକ୍ରମଣ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପରକୀୟା ପ୍ରୀତିକୁ କେନ୍ଦ୍ର କରି ଖଲ୍ଲିକୋଟ ଥାନା ମାନା ପଲ୍ଲୀ ଗ୍ରାମରେ ଶଳା ଓ ଶଳାଭାଉଜଙ୍କୁ ନଣନ୍ଦେଇ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାନାପଲ୍ଲୀ ଗ୍ରାମର ଏ.ଘନ ପାତ୍ର ନାମକ ଜଣେ ବ୍ୟକ୍ତି ଅନ୍ୟଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖିବା ବେଳେ ତାଙ୍କ ପତ୍ନୀ ଏ.ନାସନା ପାତ୍ର ଦେଖିଦେଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ଘନ ତାଙ୍କ ପତ୍ନୀଙ୍କୁ ମାଡମାରି ଗାଳିଗୁଲଜ କରି ଆସୁଥିଲେ। ଘଟଣା ସମ୍ପର୍କରେ ତାଙ୍କ ଭାଇ ବି.ସତ୍ୟନାରାୟଣ ପାତ୍ର ଓ ଭାଉଜ ବି.କୁମାରୀ ପାତ୍ରଙ୍କୁ ଜଣାଇବା ପରେ ଭାଇ ଭାଉଜ ଭଉଣୀ ଏ.ନାସନା ଘରକୁ ଯାଇ ଡାକି ଆଣି ରଖିଥିଲେ। ବାରମ୍ବାର ନାସନାର ସ୍ୱାମୀ ଘନ ତାଙ୍କ ପତ୍ନୀକୁ ଘରକୁ ନେବା ପାଇଁ କହିବାରୁ ଭାଇ ଭାଉଜ ଛାଡି ନଥିଲେ। ଯାହା ଫଳରେ ଘନ ଉତ୍ୟକ୍ତ ହୋଇ ଶଳା ସତ୍ୟନାରାୟଣ ଓ ଭାଉଜ କୁମାରୀ ପାତ୍ର କାଜୁ ତୋଳି ଘରକୁ ଫେରୁଥିବା ବେଳେ ମରଦରାଜପୁର ଗ୍ରାମ ନିକଟରେ ଏକ ଧାରୁଆ କୋଦାଳ ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲେ। ଭାଉଜର ମୁଣ୍ଡରେ ଦୁଇ ଚୋଟ କୋଦାଳ ମାଡ଼, ଶଳା ମୁଣ୍ଡରେ ଏକ ଚୋଟ ପକାଇବା ଫଳରେ ଉଭୟ ଶଳା ଓ ଶଳାଭାଉଜ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରେ ପଡିରହିଥିଲେ। ଖବର ପାଇ ୧୦୮ ଯୋଗେ ଉଭୟଙ୍କୁ ଆଣି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଶଳାଭାଉଜ କୁମାରୀ ପାତ୍ରଙ୍କ ଅବସ୍ଥା ଗୁରୁତର ହେବା ସହ ରକ୍ତ ବାନ୍ତି କରିବା ଫଳରେ ଗୁରୁତର ଅବସ୍ଥାରେ ଏମକେସିଜିକୁ ସ୍ଥାନାନ୍ତର କରିଥିବା ପ୍ରକାଶ। ତେବେ ଆକ୍ରମଣକାରୀ ଘନ ପାତ୍ର ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ତାକୁ କାବୁ କରି ନେଇଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.