ଶିଶୁ ବିକାଶ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ମାଧବ ବେହେରା (ଖଲ୍ଲିକୋଟ): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କୈରଶି ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ରାଜ୍ୟ ସଂପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବରେ ଖଲ୍ଲିକୋଟ ସ୍ଥିତ ଗଞ୍ଜାମ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥା(ଡି ଆଇ ଇ ଟି)ର ପ୍ରଶିକ୍ଷକ ବିଷ୍ଣୁ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ତଥା ସମାଜସେବୀ ଅଶୋକ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଗୋଷ୍ଠୀ ସହକାରୀ ଅଧିକାରୀ ସନ୍ତୋଷ କୁମାର ବେହୁରା, ନିଳକଣ୍ଠେଶ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହଜାରି ବାରିକ, ନୋଡାଲ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଜୟରାମ ପ୍ରଧାନ, ସିଆରସିସି ମନୋଜ କୁମାର ପଣ୍ଡା, ଅନୁଷ୍ଠାନର ସଂପାଦକ କାଳୁରାମ ମହାରଣା ଓ ଶିକ୍ଷକ ରାମଚନ୍ଦ୍ର ବେହେରା ମଞ୍ଚାସିନ ଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ମେଘନାଦ ମହାରଣା ପୌରହିତ୍ୟ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ବନିତା ପରିଡା ବିବରଣୀ ପାଠ କରିଥିଲେ । ଶିକ୍ଷକ ଦୂର୍ଯ୍ୟୋଧନ ପଲେଇ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅବସରପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅଭିଭାବକ, ଛାତ୍ରଛାତ୍ରୀ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ଉପଭୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.