ଘରୋଇ କମ୍ପାନୀ ଦ୍ୱାରା କେନ୍ଦୁପତ୍ର କ୍ରୟ: ବନ୍ଦ କରାନଗଲେ ଜିଲ୍ଲା ଜଙ୍ଗଲ ଅଧିକାରୀଙ୍କ କାର୍ଯ୍ୟାଲୟ ଘେରାଉ ଓ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ ପାଇଁ ଚେତାବନୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଘରୋଇ କମ୍ପାନୀ କେନ୍ଦୁପତ୍ର କ୍ରୟ ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି।ଏନେଇ ଶନିବାର କୋକସରା ବ୍ଲକ ଲଡ଼ୁଗାଁ କେନ୍ଦୁପତ୍ର ରେଞ୍ଜ ଅଧୀନ ୧୪ଟି ଫଡି ର ସାମୁହିକ କର୍ମଚାରୀ ମାନଙ୍କ ବିଜମରା ଫଡି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି।ବଦ୍ରି ପ୍ରସାଦ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଇନଜୀବୀ ଦିଗାମ୍ବର ଦୁରିଆ ଯୋଗ ଦେଇଥିଲେ।ବୈଠକରେ ଚେକର, ମୁନସୀ, ଚପରାସୀ ମାନେ ଘରୋଇ କମ୍ପାନୀ ର କେନ୍ଦୁପତ୍ର କ୍ରୟକୁ ବିରୋଧ କରି ବିଭିନ୍ନ ସମୟରେ କେନ୍ଦୁପତ୍ର ଡିଏଫଓ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ ଜଣାଇସାରିଛନ୍ତି ତଥାପି ଦିନ ପରେ ଦିନ ବିତି ଯାଉଥିଲେ ସୁଦ୍ଧା ଏମାନଙ୍କ ଅଭିଯୋଗ କୁ ଦୃଷ୍ଟି ଗୋଚର କରୁନାହାନ୍ତି।ସରକାରୀ ସ୍ତରରେ କେନ୍ଦୁପତ୍ର କ୍ରୟହେବା ଯୋଗୁଁ ସରକାରଙ୍କ ଅନେକ ରାଜସ୍ବ ବଢ଼ିଛି।ତେବେ ଘରୋଇ କମ୍ପାନୀ ଗତ ତିନି ବର୍ଷ ହେବ କେନ୍ଦୁପତ୍ର ତୋଲାଲୀ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କିଛି ପଇସା ଅଧିକା ଦେଇ କ୍ରୟ କରି ନେଉଛି।ସରକାର ଦ୍ୱାରା କରାଯାଇଥିବା କେନ୍ଦୁପତ୍ର ଫଡିରେ ତୋଳାଳୀ ମାନେ ପତ୍ର ବିକ୍ରୟ କରିବା କମିଯାଉଛି।ଘରୋଇ କମ୍ପାନୀରେ କେନ୍ଦୁପତ୍ର ବିକ୍ରୟ କଲେ ତୋଳାଳୀ ମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କୁ କେନ୍ଦୁପତ୍ର କ୍ରୟ କରି କୋଟି କୋଟି ଟଙ୍କା ରାଜସ୍ବ ଦେଉଥିବା ବେଳେ କେନ୍ଦୁପତ୍ର ବେଶ ଲାଭଦାୟକ ତଥାପି ପ୍ରଶାସନ ଦୃଷ୍ଟି ଦେଉନଥିବା ବେଳେ କେନ୍ଦୁପତ୍ର ବିଭାଗ ର ଉଚ୍ଚ ଅଧିକାରୀ ମାନେ କମ୍ପାନୀ ପ୍ରୀତିରେ ପଡି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି।ଯ ଦ୍ୱାରା ଘରୋଇ କମ୍ପାନୀ ଗାଁ ଗାଁ ରେ କିଛି ଦଲାଲ ମାନଙ୍କୁ ହାତ ବାରିସୀ କରି କେନ୍ଦୁ ପତ୍ର କ୍ରୟ କରି ଚାଲିଛି।ସରକାରୀ ସ୍ତରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କେନ୍ଦୁ ପତ୍ର ବୁଦା କଟା ଯାଇଥିବା ସ୍ଥାନରେ ମଧ୍ୟ କମ୍ପାନୀ ପଶି ଯାଇ କ୍ରୟ କରି ନେଉଛି।କେନ୍ଦୁ ପତ୍ର ର ସାମୁହିକ କର୍ମଚାରୀ ମାନେ କ୍ଷତି ସହିବା ସହ ସରକାର ମଧ୍ୟ କ୍ଷତି ସହୁଛନ୍ତି।ଏହି ଘଟଣାର ପୁର୍ନ ବିଚାର କରି ଘରୋଇ କମ୍ପାନୀ ଦ୍ୱାରା କେନ୍ଦୁପତ୍ର କ୍ରୟ ବନ୍ଦ କରାନଗଲେ ଆଗାମୀ ଦିନରେ ସମସ୍ତ କର୍ମଚାରୀ ଓ କେନ୍ଦୁପତ୍ର ତୋଳାଳୀ ମାନେ ମିଳିତ ଭାବରେ ଜିଲ୍ଲା ଜଙ୍ଗଲ ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏହାରି ବିରୁଦ୍ଧରେ ହାଇକୋର୍ଟ ଜନସ୍ୱାର୍ଥ ମାମଲା ଦାୟର କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ବୈଠକରେ ଚେକର ତ୍ରିନାଥ ପୋଟା, ଧନୁର୍ଯ୍ୟ ମାଝୀ, ପ୍ରଫୁଲ୍ଲ ନାଏକ, ଋତୁରାଜ ମାଝୀ, ନିତ୍ୟାନନ୍ଦ ନାଏକ, ମନୋଜ କୁମାର ନାଏକ, କୁଶ ବାଗ, ପ୍ରେମଲାଲ ଖର୍ସେଲ, ତ୍ରିଭୁବନ ବଗର୍ତ୍ତି, ମୁନସୀ ପ୍ରଦୀପ ପାୟଶିଂ, ତ୍ରିନାଥ ନାଏକ, ମୁକ୍ତେ ମାଝୀ, ଯୁଧିଷ୍ଠି ମାଝୀ, ବଲଦେବ ବାଗ, ଟଙ୍କଧର ମାଝୀ, ବିଶେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.