ଖଲ୍ଲିକୋଟରେ ଉଦ୍ୟାନ କୃଷି କର୍ମଶାଳା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଅଧିକ ସଶକ୍ତ ଓ ଆଧୁନିକ ଜ୍ଞାନ କୌଶଳ ଦ୍ୱାରା ଉଦ୍ୟାନ କୃଷିର ବିକାଶ ପାଇଁ ଖଲ୍ଲିକୋଟ ସ୍ତିତ ମରଦରାଜ କଲ୍ୟାଣ ମଣ୍ଡପଠାରେ ଏକ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କର୍ମଶାଳାରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାଷୀମାନେ କେବଳ ଧାନ ଚାଷ ପଛରେ ନ ଗୋଡ଼ାଇ ପାରମ୍ପରିକ ପଦ୍ଧତିରେ ଜୈବିକ ଉଦ୍ୟାନ କୃଷି ଫସଲକୁ ଆପଣେଇବାର ସୁଯୋଗ ସୃଷ୍ଟି ହୋଇଛି l ତେଣୁ ଫାଇଦା ନେବା ପାଇଁ ଚାଷୀମାନଙ୍କୁ ସୂଚନା ଦେବା ସହ ଉତ୍ପାଦିତ ଫସଲକୁ ସାତଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ ଖଲ୍ଲିକୋଟ ବ୍ଲକର କନକା, କୋମନ୍ଦ ଓ କଞ୍ଚଣା ଠାରେ ତିନିଗୋଟି ଶୀତଳୀକରଣ ଗୃହ ପ୍ରତିଷ୍ଠା ହେବାର ସୂଚନା ଦେଇଥିଲେ l ବ୍ଲକ ଅଧକ୍ଷ ଦୈତାରୀ ବେହେରା ଚାଷୀମାନେ କର୍ମଶାଳାରେ କୃଷି ବୈଜ୍ଞାନିକ ମାନଙ୍କ ତାଲିମକୁ ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିକ୍ରମ ଦୋରା, ଅଶୋକ ପାଇକରାୟ, ସହକାରୀ ଉଦ୍ୟାନ ଅଧିକାରୀ, ହିଞ୍ଜିଳିକାଟୁ ,ସ୍ନିଗ୍ଧା ମିଶ୍ର ,ସହକାରୀ ଉଦ୍ୟାନ ଅଧିକାରୀ ,ଗଂଜାମ ,ଦିପ୍ତିମୟୀ ବସନ୍ତିଆ ସହକାରୀ ଉଦ୍ୟାନ ଅଧିକାରୀ ପୋଲସରା ,ପ୍ରତାପ କୁମାର ପଣ୍ଡା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଦୀପକ କୁମାର ନାୟକ ଗୋଷ୍ଠି କୃଷି ଅଧିକାର, ଜେ ନଳିନୀ ମୋହନ ଜିଲ୍ଲା କୃଷି ଅଧିକାରୀ, ପ୍ରଫୁଲ୍ଲ କୁମାର ସାହୁ ପୂର୍ବତନ ସରପଂଚ ଓ କୃଷକ ନେତା ଓ ଆତ୍ମା ର ଉପାଧ୍ୟକ୍ଷ ନୀଳାଞ୍ଚଳ ଦୋରା ପ୍ରମୁଖ କର୍ମଶାଳା ରେ ଯୋଗ ଦେଇ କ୍ରମବର୍ଦ୍ଧିଷ୍ତୁ ଜନସଂଖ୍ୟା ବୃଦ୍ଧି କୁ ଆଖି ଆଗରେ ରଖି କୃଷକ ମାନେ ଉଦ୍ୟାନ କୃଷି କ୍ଷେତ୍ର ରେ ଧ୍ୟାନ ଦେଇ ଉତ୍ପାଦନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.