ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ

ଓଡ଼ିଆ ବାର୍ତ୍ତା/ ତାମିଲନାଡୁ: ତାମିଲନାଡୁ କ୍ୟାଡରର ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସରଙ୍କୁ ୩ ବର୍ଷ ଜେଲ I ଜଣେ ମହିଳା ଆଇପିଏସ ଅଫିସରଙ୍କୁ ଯୋଉଁ ଉତ୍ପୀଡ଼ନ ମାମଲାରେ ତାମିଲନାଡୁର ପୂର୍ବତନ ସ୍ପେଶାଲ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ ହେଇଛି । ଏହାସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ୨୦୨୧ ମସିହାରେ ଫେବ୍ରୁଆରୀ ୨୧ରେ ତାମିଲନାଡୁ ନିର୍ବାଚନ ବେଳେ ଏହି ଘଟଣା ଘଟିଥିଲା । ତାମିଲାନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ସୁରକ୍ଷାରେ ନିୟୋଜିତ ଜଣେ ମହିଳା ଆଇପିଏସ ଅଫିସରଙ୍କୁ ତତ୍କାଳୀନ ସ୍ପେଶାଲ ଡିଜି ଲ ଆଣ୍ଡ ଅର୍ଡର ରାଜେଶ ଦାସ ଗାଡ଼ି ଭିତରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ରାଜେଶ ଦାସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ୨୦୨୧ ଫେବ୍ରୁଆରିରେ ଉକ୍ତ କନିଷ୍ଠ ମହିଳା ପୁଲିସ ଅଧିକାରୀ ଫାଇଲ୍‌ କରିଥିବା ମାମଲାର ଶୁଣାଣି କରି ଆଜି ତାମିଲନାଡୁର ବିଲ୍ଲୁପୁରମ୍‌ ଅଦାଲତ ରାଜ୍ୟ ପୁଲିସ ଫୋର୍ସର ପୂର୍ବତନ ସ୍ବତନ୍ତ୍ର ମହାନିର୍ଦେଶକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ‌ଦେଇଛନ୍ତି। ଏହାଛଡ଼ା, ଅଭିଯୋଗ ଫାଇଲ୍‌ କରାଇବାରେ ବାଧା ଦେଇଥିବା ଜଣେ ପୁରୁଷ ପୁଲିସ କର୍ମଚାରୀଙ୍କ ଉପରେ ମଧ୍ୟ ଅଦାଲତ ୫୦୦ ଟଙ୍କା ଜରିମାନ କରିଛନ୍ତି। ଘଟଣାଦିନ ମହିଳା ଆଇପିଏସ ଅଧିକାରୀ ଜଣଙ୍କ ଅଭିଯୋଗ କରିବାକୁ ଚେନ୍ନାଇ ଅଭିମୁଖେ ଯାଉଥିବା ବେଳେ ତତ୍କାଳୀନ ଏସ୍‌ପି କାନନ ତାଙ୍କୁ ଅଟକାଇଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ୪ଶହ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । ୨୦୨୧ ଜୁଲାଇରେ ଭିଲ୍ଲୁପରୁମର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଏହି ମାମଲାରେ ୭୦ଜଣଙ୍କ ସାକ୍ଷ୍ୟ ନିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.