ଓଡିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବାଲ୍ମୀକି ସମାଜ ପକ୍ଷରୁ ଟିକେ ରାମ ତାଣ୍ଡିଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସମସ୍ତ ୱାର୍ଡ ବୁଲି ବୁଲି ସମସ୍ତ ରୋଗୀ ମାନଙ୍କୁ ଫଳ ଓ ଏନାର୍ଜି ଜୁସ୍ ବଣ୍ଟନ କରାଯାଇ ଥିଲା। ଏଠାରେ ପ୍ରକାଶ ଥାଉ କେସିଙ୍ଗା ବାଲ୍ମୀକି ସମାଜ ବାଲ୍ମୀକି ସମାଜର ଏକତା, ସଶକ୍ତିକରଣ ଓ ବିକାଶ ପାଇଁ ଆଗରୁ ଅନେକ କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ଆସିଥିଲେ। ଆଗାମୀ ଦିନରେ କେସିଙ୍ଗା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଓ ବହୁତ୍ ବଡ଼ ରକ୍ତ ଦାନ ଶିବିରର ଆୟୋଜନ କରାଯିବ ବୋଲି ସମାଜର ଆଗଧାଡିର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଆଜିର ଫଳ ବଣ୍ଟନ କାର୍ଯ୍ୟକ୍ରମରେ କେସିଙ୍ଗା ମେଡିକାଲର ଡକ୍ଟର ବିନୟ କୁମାର ଜୈନ୍, ଡକ୍ଟର ଏ କେ ଶତପଥୀ ସମେତ ରାମଜୀ ମାତ୍ ଖଣ୍ଡିଆ, କେଟା ସୁନା, ପୂର୍ଣ୍ଣ ଚନ୍ଦ୍ର ନାଏକ, ରାଜୁ ଦୀପ, ମୋହନ ମାତ ଖଣ୍ଡିଆ, ଗୌତମ ସୁନା, ଜ୍ୟୋତି ନାଏକ, ବିଜେନ୍ ସୁନା, ଟିକେ ରାମ ତାଣ୍ଡି, କିଶନ ଦୀପ, ମହାଦେବ ସୁନା, ଚନ୍ଦନ ଦୀପ, ଗୋପୀ ଦୀପ, ରଖି ଦୀପ, ରୁପେଶ ନାଏକ, ଶଙ୍କର ଦୀପ, ଭରତ ସିନ୍ଦୂର ପ୍ରମୁଖ ଉପସ୍ଥିତ ଥିଲେ।