ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ ୯ ର ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ଘରୁ ଗତ ୨୯ ମେ ରେ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ଡକାୟତ ମାନଙ୍କୁ ଧରିବାରେ ସଫଳତା ହାସଲ କରିଛି କେସିଙ୍ଗା ପୋଲିସ। ଏଠାରେ କହିରଖୁଛୁ ଯେ ଗତ ୨୯ ମେ ରେ କେସିଙ୍ଗାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ୱାର୍ଡ ନଂ ୯ ସ୍ଥିତ ବାସଭବନରୁ ରାତି ୨ ଟା ସମୟରେ ୮ରୁ ୯ ଜଣ ଡକାୟତ ଘର ପଛ ପଟେ କବାଟ ଭାଙ୍ଗି ନଗଦ ୬ଲକ୍ଷ ଟଙ୍କା ଓ ସୁନା ରୂପା ଗହଣା ଚୋରି କରି ଫେରାର ହୋଇ ଯାଇଥିଲେ। ପରେ ଭବାନୀପାଟଣାରୁ ସାଇନଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଆଣି ପୋଲିସ ତନା ଘନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। କିନ୍ତୁ କେସିଙ୍ଗା ଏସଡିପି ଓ ରୋହିତ ବର୍ମାଙ୍କ ନେତୃତ୍ୱରେ ପୋଲିସ ତାର ତଦନ୍ତ ଜାରି ରଖି ଥିଲା। ପ୍ରାୟ ୨୦ ଦିନ ପରେ କେସିଙ୍ଗା ପୋଲିସକୁ ସେହି ଡକାୟତ ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିବାରେ ସଫଳ ହେଇଛି ସେଥିମଧ୍ୟରୁ ଜଣେ ମହିଳା ଥିବା ବେଳେ ଜଣେ ୧୭ ବର୍ଷ ର ନାବାଳକ ଥିବା ଜଣା ପଡ଼ିଛି । ଗିରଫ ଡକାୟତମାନେ ହେଲେ ଖିତିଶ ରଣା(୨୮), ରୁକ ମନ ରଣା(୨୨)ଓ ଜଣେ ନାବାଳକ ଏମାନେ ସବୁ କେସିଙ୍ଗା ଥାନା ଗୁର୍ଜିମୁଣ୍ଡା ଗାଆଁର ହୋଇ ଥିବା ବେଳେ ଦଇତାରୀ କରୁଆଁ (୩୦) ଓ ବଵଲୁ ଦୀପ (୨୪) ଏ ଦୁଇ ଜଣ କେସିଙ୍ଗା ଥାନା କୁଣ୍ଡାବନ୍ଧର ବୋଲି ଜଣାପଡିଛି।ସେହିପରି ଧୋବା ଖର୍ସେଲ(୩୦) କେସିଙ୍ଗା ଥାନା କିକିଆ ଗ୍ରାମର ବୋଲି ଜଣାପଡ଼ିଥିବା ବେଳେ ସୁବିଦ୍ଧା ରଣା ଉରଫ ଉର୍ମିଳା ରଣା(୫୦)ଏମ୍ ରାମପୁର ଥାନା ଅଧୀନସ୍ଥ ମଦନପୁର ଗ୍ରାମର ବୋଲି ଜଣାପଡିଛି। ସେମାନଙ୍କ ଠାରୁ ନଗଦ ଏକ ଲକ୍ଷ ବାର ହଜାର ଟଙ୍କା ସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର, ଲୁହା ଛଡ଼, ସ୍କ୍ରୁ ଡ୍ରାଇଭର, ଦୁଇଟି ମଟର ସାଇକଲ ଓ ଚାରୋଟି ମୋବାଇଲ ଫୋନ୍ ଜବତ ହେଇଛି। ତଦନ୍ତ ଆଗକୁ ଜାରି ରହିଥିବାରୁ ପୋଲିସ ପକ୍ଷରୁ ଆଉ କୌଣସି ସୂଚନା ଦିଆ ଯାଇ ନାହିଁ।