ତାଲୁକ ଆଇନ ସେବା ସମିତି କେସିଙ୍ଗା ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ତାଲୁକ ଆଇନ ସେବା ସମିତି କେସିଙ୍ଗା ପକ୍ଷରୁ କେସିଙ୍ଗା ନୂତନ କୋର୍ଟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଅଧ୍ୟକ୍ଷ ତାଳୁକ ଆଇନ ସେବା ସମିତି କେସିଙ୍ଗା ଧନଞ୍ଜୟ ନାୟକ ଅଧ୍ୟକ୍ଷତା କରି କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏଥିରେ ଓକିଲ ସଂଘର ସଭାପତି ତଥା ସରକାରୀ ଓକିଲ ପ୍ରକାଶ କୁମାର ଦାସ, ବରିଷ୍ଠ ଆଇନଜୀବୀ ସୌମ୍ୟ ରଞ୍ଜନ ମିଶ୍ର, ସୌର ରଶ୍ମି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କୋର୍ଟ ପରିସରରେ ପ୍ରାୟ ୬୦ ଟି ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇ ଥିଲା। କେସିଙ୍ଗା ବନ ବିଭାଗ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ପାରାଲିଗାଲ ସ୍ଵେଚ୍ଛାସେବୀ ଏବଂ କୋର୍ଟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଉକ୍ତ କାର୍ଯ୍ୟକ୍ରମଟିର ସଫଳ ରୂପାୟନ କରାଯାଇ ଥିଲା। ଜୁଲାଇ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ କେସିଙ୍ଗା ଅଞ୍ଚଳର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ମଧ୍ୟ ଆୟୋଜନ ହେବ ବୋଲି ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.