ଅବସରପ୍ରାପ୍ତ ପିଇଓ ଉମାଶଙ୍କର ପଧାନଙ୍କୁ ଜନ୍ମମାଟି ଲମସିଂହାରେ ଭବ୍ୟ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଘୋଡାବନ୍ଧ ଗ୍ରାମ ପଞ୍ଚାୟତ ଲମସିଂହା ସ୍ଥିତ ସ୍ବର୍ଗତ ନିତ୍ୟାନନ୍ଦ ପ୍ରଧାନଙ୍କ ବାସଭବନରେ ତାଙ୍କର ଜ୍ଯେଷ୍ଠ ପୁତ୍ର ତଥା ତୁଣ୍ଡଲା ପିଇଓ ଉମାଶଙ୍କର ପଧାନଙ୍କ ଅବସର କାଳୀନ ସମ୍ବର୍ଧନା ସଭା ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ତୁଣ୍ଡଳା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ  ଦୀର୍ଘ ୭ ବର୍ଷ ସେବା ଦେଇ ସେ ସୁନାମ ଅର୍ଜନ କରିଛନ୍ତି। ଘୋଡାବନ୍ଧ ଗ୍ରାମ ପଞ୍ଚାୟତରେ ପ୍ରଥମ ସମ୍ପାଦକ ଭାବେ ୧୭ ବର୍ଷ ଧରି କାମ କରି ନୂତନ ପଞ୍ଚାୟତ ଗଠନରେ ଶ୍ରୀ ପଧାନଙ୍କ ଭୂମିକା ଅତୁଳନୀୟ। ତେବେ ଉମାଶଙ୍କର ପଧାନ ତୁଣ୍ଡଲା ପିଇଓ ପଦରୁ ଅବସର ନେଇଛନ୍ତି। ତୁଣ୍ଡଳା ସରପଞ୍ଚ ସରୋଜ ସେଠି ଏବଂ ଗ୍ରାମବାସୀ ଏକ ଭବ୍ୟ ଶୋଭା ଯାତ୍ରାରେ ତାଙ୍କ ଘରକୁ ଆଣି ଆସିଥିଲେ। ଗ୍ରାମବାସୀ ଓ ତାଙ୍କର ବନ୍ଧୁବାନ୍ଧବ ସ୍ବାଗତ ଜଣାଇ ଥିଲେ। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଅତିଥି ଭାବେ ନର୍ଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ନୀଳମଣି ସାହୁ, କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ପିଇଓ ଗଣପତି ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର କୁମାର, ସାମ୍ବାଦିକ ଅଭିରାମ ନଦ, ପିଇଓ ବସନ୍ତ ମିଶ୍ର, କ୍ଷୀରସିଧୁ ରଣା, କୃଷ୍ଣଚନ୍ଦ୍ର ସାହୁ, ଲମସିଂହାର ‌ ପ୍ରହଲ୍ଲାଦ ପଧାନ, ରଘୁନାଥ ପଧାନ, ଭଗବାନ ପଧାନ, ହଉର୍ଷଈ ପଧାନ, ପ୍ରହଲ୍ଲାଦ ଗଡତିଆ ପ୍ରମୁଖ ପରିଜନ ଉପସ୍ଥିତ ରହି ଅବସରପ୍ରାପ୍ତ ପିଇଓ ଉମାଶଙ୍କର ପଧାନଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ସେ ଏକାଧାର ଜଣେ କର୍ମନୀଷ୍ଠ ସାଧକ, ନିଃସ୍ଵାର୍ଥପର ସମାଜସେବା, ମିଳାପୀ, କବି କଳାକାର, ଆଧ୍ୟାତ୍ମିକ ଓ ସହଯୋଗୀ ବନ୍ଧୁ ଭାବେ ସବୁରି ପ୍ରିୟପାତ୍ର ଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନଙ୍କ ସାନ ଭାଇ ଶିକ୍ଷାବିତ୍ ଯଜ୍ଞସେନ ପଧାନ ମଞ୍ଚ ପରିଚାଳନା କରିଥିବାବେଳେ ଶେଷରେ ଶିକ୍ଷାପ୍ରେମୀ ଚର୍ତୁଭୂଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.