ସାରାବଙ୍ଗ କୋସଲୀ ଧନୁଯାତ୍ରାର ଦ୍ଵିତୀୟ ରଜନୀ

ଦେବକୀ ବାସୁଦେବ ବିବାହ, ଉଗ୍ରେସନ ଗାଦିଚ୍ୟୁତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସାରାବଙ୍ଗ କୋସଲୀ ଧନୁଯାତ୍ରା ମହୋତ୍ସବର ଦ୍ଵିତୀୟ ରଜନୀରେ ଦେବକୀ ବାସୁଦେବ ବିବାହ ଓ ଉଗ୍ରେସନ ଗାଦିଚ୍ୟୁତ ହୋଇଛନ୍ତି। ଦ୍ଵିତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲପରିଷଦ ଉପାଧକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ଉମା ଠାକୁର, ଭାନୁ ପ୍ରତାପ ମାଝୀ, ମୁରଲୀ ଭୋଇ, ଅବନୀ ରଞ୍ଜନ ଯୋଶୀ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ର ପଣ୍ଡା, ଯୁବ ବିଜେଡି ସାଧାରଣ ସମ୍ପାଦକ ଅଜୟ ଗହୀର, କୋମନା ବ୍ଲକ ଅଧକ୍ଷା ଅନୁସୂୟା କୁମ୍ଭାର, ଉପାଧକ୍ଷା ଜୟଦେଓ ପ୍ରଧାନ, ସିଆଲଟି ସରପଞ୍ଚ କାଳିଆ ପ୍ରଧାନ, ବିଜେଡି ଜିଲ୍ଲା ସମ୍ପାଦକ କାର୍ତ୍ତିକ ଦୀପ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନ୍ନା ଜଗତ, ସମାଜସେବୀ ଚନ୍ଦ୍ର କଳା ପଟେଲ, ଗୀତ ସାହୁ, କୁମାରୀ ରାଉତ, ଶକୁନ୍ତଳା ଶବର, ବୁନି ହରିଜନ ପ୍ରମୁଖ ଯୋଗଦେଇଥିଲେ। ରାତ୍ରିରେ ଦେବକୀ ବାସୁଦେବଙ୍କ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଦେବକୀ ଓ ବାସୁଦେବଙ୍କ ୮ମ ସନ୍ତାନ ହାତରେ କଂସର ମୃତ୍ୟୁ ଶୂନ୍ୟବାଣୀ ଶୁଣି କଂସ ମର୍ମାହତ ହୋଇଥିଲା। ପରେ ଦେବକୀ ଓ ବାସୁଦେବଙ୍କୁ କାରାଗାରରେ ବନ୍ଦୀ ମଥୁରା ନରେଶ ରାଜା ଉଗ୍ରେସନଙ୍କୁ ଯୁବରାଜ କଂସ ଗାଦିଚ୍ୟୁତ କରିଥିଲେ। ଦେବକୀ ଓ ବାସୁଦେବଙ୍କ ଗୋଟିଗୋଟି କରି ଷଡ଼ପୁତ୍ର ନିଧନ କରିଥିବା ଅଭିନୀତ ହୋଇଥିଲା। କଂସ ଭୂମିକାରେ ସଲଙ୍ଗୀପଡା ଶିକ୍ଷକ ମଧୁସୂଦନ ପାଣିଗ୍ରାହୀଙ୍କ ଅଭିନୟ ଚିତ୍ତାକର୍ଷକ ରହିଥିଲା। ରାତିରେ କଳାଜିବି ସମ୍ବଲପୁରୀ ଫୋକ ଡାନ୍ସ ଦଳ ସହ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଗୋପାଳ ପଟେଲ, ଉପ ସଭାପତି ଗୋବିନ୍ଦ ଦଣ୍ଡସେନା, ସମ୍ପାଦକ ଚେନ ସିଂ ଜଗତ, ଯୁଗ୍ମ ସମ୍ପାଦକ ଭୁବନେଶ୍ୱର ଦଣ୍ଡସେନା, କୁସଲ ପଟେଲ, କମଲ ରାଉତ, ହୀରା ନାୟକ, ଦେୱାନନ୍ଦ ଦେୱାଙ୍ଗନ, କୋଷାଧକ୍ଷ ପ୍ରତିକ ଦେୱାଙ୍ଗନ, ଉପ କୋଷାଧକ୍ଷ ସନ୍ତୋଷ ଦଣ୍ଡସେନା, ଅଗଷ ଦଣ୍ଡସେନା, ଆଶିଷ ଦେୱାଙ୍ଗନ, ଗୋବିନ୍ଦ ରାଉତ, ଉମେଶ ରାଉତ, ତୁଲେଶ ପଟେଲ, ଦୀନେଶ ପଟେଲ, କୌଶିକ ସାହୁ, ନନ୍ଦୁ ରାଉତ, ପୁରୁଷୋତ୍ତମ ରାଉତ, ଗଜେନ୍ଦ ରାଉତ, ହେମନ୍ତ ଦେୱାଙ୍ଗନ, ରିତେଶ ଦେୱାଙ୍ଗନ, ଗୋପୀଚାନ୍ଦ ଦେୱାଙ୍ଗନ, ୟୋଗେଶ ଦଣ୍ଡସେନା, ଅଶୋକ ପଟେଲ, କସିରମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.