ଓଡ଼ିଆ ବାର୍ତ୍ତା/ କଟକ: ବୟାଳିଶ ମୌଜା ସ୍ଥିତ ବ୍ୟସ୍ତ ବହୁଳ ବେଣ୍ଟକାର ଉପ ଡାକଘର ମାତ୍ର ୩ଜଣ କର୍ମଚାରୀଙ୍କ ଦ୍ଵାରା ଚାଲିଛି। ଗତ ତା.୧୮.୯.୨୦୨୩ରିଖରୁ ଚନ୍ଦ୍ରଶେଖର ଆଚାର୍ଯ୍ୟ (ଇଡିଡିଏ) ଅବସର ଗ୍ରହଣ କରିଥିଲେ ମଧ୍ୟ ଡାକ ବିଭାଗ ପକ୍ଷରୁ ତାଙ୍କ ସ୍ଥାନରେ ଅଦ୍ୟାବଧି କୌଣସି କର୍ମଚାରୀଙ୍କୁ ନିୟୋଜିତ କରାଯାଇନାହିଁ। ଅଧିକନ୍ତୁ ଦେବେନ୍ଦ୍ର ନାଥ ସେଠୀ (ପ୍ୟାକର)ଙ୍କୁ ଦୁଇଟି ସିଟ୍ ର କାର୍ଯ୍ୟ କରିବାକୁ ଡାକ ବିଭାଗୀୟ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଡାକଘର ଦୈନଦିନ କାର୍ଯ୍ୟ ଏଥିଯୋଗୁଁ ଗୁରୁତର ବାଧାପ୍ରାପ୍ତ ହେଉଅଛି। ତୁରନ୍ତ ତିନି ମାସରୁ ଉର୍ଦ୍ଧ୍ବ ଖାଲି ପଡ଼ିଥିବା ପଦବୀରେ ଜଣେ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ୪୨ମୌଜା ବିକାଶ ପରିଷଦ ଉପଦେଷ୍ଟା ତଥା ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ବିଭାଗୀୟ ମୁଖ୍ୟ ଅଧିକାରୀଙ୍କୁ ରେଜିଷ୍ଟ୍ରି ଚିଠି ଯୋଗେ ଓ ପ୍ରେସ ବିଜ୍ଞପ୍ତିରେ ଅନୁରୋଧ କରିଛନ୍ତି।