ବିଧାୟକ ପ୍ରଦୀପ ଦିସାରୀଙ୍କୁ ଲାଞ୍ଜିଗଡ଼ ବ୍ଲକ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼,୧୨/୬ : ନବନିର୍ବାଚିତ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିସାରୀଙ୍କୁ ବିଶ୍ଵନାଥପୁର ବିଜେଡ଼ି କାର୍ଯ୍ୟାଳୟରେ ସମସ୍ତ କର୍ମୀ ଓ ଜନସାଧାରଣଙ୍କ ଉପସ୍ଥିତିରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରୀଯାଇଛି । ଏହି ଉତ୍ସବରେ ଶହ ଶହ ସଂଖ୍ୟାରେ ମହିଳାମାନେ ମଧ୍ୟ ଉପସ୍ଥିତ ରହି ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସଭାରେ ବିଧାୟକ ମହାଶୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ଆଗାମୀ ଦିନରେ ସମସ୍ତ ସରକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଝାଇ ତା’ର ସଫଳ ରୁପାୟନ କରିବାସହ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ, ଗମନାଗମନ, ଶିକ୍ଷା ଓ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Udyog Nursery
Udyogi Nursery

ପରେ ପରେ ବିଧାୟକ ବିଶ୍ଵନାଥପୁର ଠାରେ ଥିବା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହେନ୍ଦ୍ର ହନାଙ୍ଗା ଓ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ସହିତ ପରିଚୟ ଆଦାନ ପ୍ରଦାନ ହୋଇ ଆଗାମୀ ଦିନରେ ବ୍ଲକର ସମସ୍ତ ସମସ୍ୟାକୁ ମିଳିମିଶି ସମାଧାନ କରିବା ପାଇଁ ଆଲୋଚନା କରିଥିଲେ ।

ଲାଞ୍ଜିଗଡ ବ୍ଲକ୍ ଅଧ୍ୟକ୍ଷ ଇ° ଫକିର ମୋହନ ମାଝିଙ୍କ ସହ ଗୋବିନ୍ଦ ପ୍ରଧାନୀ, ପ୍ରଦୀପ ଘଡ଼େଇ, ଜଗଦୀଶ ବେନିଆଁ,  ଶ୍ରୀଧର ପେସେନିଆଁ , ଟଙ୍କଧର ମାଝୀ, ମନୋହର ହରପାଲ୍ ଓ ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେସ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.