ମ.ରାମପୁର/ଲାଂଜିଗଡ଼:୧୨/୬ : ନବନିର୍ବାଚିତ ଲାଂଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ବିଶ୍ୱନାଥପୁର ଦୁର୍ଗାମଣ୍ଡପଠାରେ ଶିକ୍ଷକ ସଂଘ ତରଫରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂଘର ସଭାପତି ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ମନୋଜ କୁମାର ମହଖୁଡ଼, କୋଷାଧ୍ୟକ୍ଷ ଗୌତମ ଦଣ୍ଡସେନା ମଂଚରେ ଉପସ୍ଥିତରହି ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ଶ୍ରୀ ଦିଶାରୀ ଶିକ୍ଷକସମାଜ ହେଉଛି ସମାଜର ମୁଖ୍ୟ ଅଙ୍ଗ ଏବଂ ଶିକ୍ଷା ହେଉଛି ଆମଦେଶର ମେରୁଦଣ୍ଡ । ତେଣୁ ଶିକ୍ଷା ଓ ଶିକ୍ଷକଙ୍କ ପ୍ରତି ମୁଁ ସବୁବେଳେ ମୋର ଦାୟିତ୍ୱ ନିର୍ବାହ କରିବା ସହ ଶିକ୍ଷକଙ୍କ ସମସ୍ତ ସମସ୍ୟା ଉପରେ ଦୃଷ୍ଟିଦେବି ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ଧଙ୍ଗଡ଼ାମାଝୀ ସହଯୋଗ କରିଥିବାବେଳେ ହେମସାଗର ପ୍ରଧାନୀ, ରଘୁମଣି ବେହେରା, କ୍ଷୀରସିନ୍ଧୁ ସାହୁ, ରାଜେଶ କୁମାର ପ୍ରଧାନ, ଲିଙ୍ଗରାଜ ସାହୁ, ଶ୍ରୀକାନ୍ତ ନାଏକ, ଦିବାକର ବିଭାର ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚଳାନାରେ ସହଯୋଗ କରିଥିଲେ ।
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ସହ ଲାଂଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେସ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇