ଧନରପୁର ରଥଯାତ୍ରା ପ୍ରସ୍ତୁତି ବୈଠକ

କଳାହାଣ୍ଡି,୧୫/୬ : ଧର୍ମଗଡ ବ୍ଲକ ଧନରପୁର ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ଜୁଏଡ଼ ସଭାପତିତ୍ୱ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ ଦେବସ୍ନାନ, ନେତ୍ରାଉତ୍ସବ, ରଥଟଣା, ରଥଯାତ୍ରା ପାଇଁ ଖର୍ଚ, ଭକ୍ତଙ୍କ ସମାଗମ ପାଇଁ ଶାନ୍ତିଶୃଙ୍ଖଳା ରକ୍ଷ୍ୟା କରିବା, ପାନୀୟ ଜଳର ବ୍ୟବସ୍ଥା, ଉପରେ ବିଶେଷ ଆଲୋଚନା କରାଯାଇଥିଲା।  ବୈଠକରେ ମନ୍ଦିର ପରିଚାଳନା ସମ୍ପାଦକ ସୁରେନ୍ଦ୍ର ନାଏକ, ଗ୍ରାମ୍ୟ ପୁଝାରୀ ଯୁବରାଜ ନାଏକ, ଜଗନ୍ନାଥ ପୂଜକ ତଥା ସମିତି ସଭ୍ୟ ବୈକୁଣ୍ଠ ଦାସ, ଗ୍ରାମ ବାସୀ, ତେନ୍ତୁଳିପଡା, ଭାଲୁଚୁଆ, ପାଇକପଡା, ର ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ।

 

ନବରଗଂପୁର/କଳାହାଣ୍ଡି ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.