ବିଦ୍ୟୁତ ଆଘାତରେ ଗୁରୁତର ଶ୍ରମିକଙ୍କ ମୃତ୍ୟୁ

କଳାହାଣ୍ଡି,୧୫/୬ : ଏକ ଦୂଃଖଦ ଖବର । ବିଦ୍ୟୁତ ଆଘାତ ପାଇ ଚିକିତ୍ସାଧିନ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତ ଫୁକିଜାଲ ଗାଁର ତୁଲାରାମ ମାଝୀ (୩୪) । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସେ ବ୍ରହ୍ମପୁର ଦିଗପହଣ୍ତି ଠାରେ ଲେଜର୍ କମ୍ପାନୀ ଦାୟିତ୍ୱ ରେ ଥିବା ବିଦ୍ଯୁତ ଯୋଗାଣ କାର୍ଯ୍ୟରେ କୁଲି ଭାବରେ ଦୀର୍ଘ ଦିନରୁ କରୁଥିଲେ। ଗତ ୧୨ ତାରିଖ ବୁଧବାର ଦିନ କାମ କରୁଥିବା ବେଳେ ବିଦ୍ଯୁତ ଆଘାତରେ ଗୁରୁତର ହୋଇପଡିଥିଲେ। ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ପାଠାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ହେବାରୁ ଭୂବନେଶ୍ୱର କିମ୍ ସ୍ କୁ କୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିଲା। ଚିକିତ୍ସାଧିନ ଥିବା ବେଳେ ଡାକ୍ତର ତାଙିକୁ ମୃତ୍ୟୁ ଘୋଷଣା କରିଥିଲେ।

ଏନେଇ ପୁଲିସକୁ ଜଣାଇବାରୁ ଭୁବନେଶ୍ୱର ସିଟି ଇନ୍ ଫୋ ପୋଲିସ ଷ୍ଟେସନରୁ ପୋଲିସ ଡାକ୍ତରଖାନାକୁ ପହଞ୍ଚି ଶବ ଯବତ କରି ବ୍ଯବଛେଦ ପାଇଁ ପଠାଇଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ଋଜୁ କରି ତଦନ୍ତ କରାଯାଇଛି ବୋଲି ପ୍ରକାଶ କରି ଥିବା ଜଣାପଡିଛି। ମୃତକଙ୍କ ତିନୋଟି ଶିଶୁ ଥିବାବେଳେ ସେମାନେ ନିରାଶ୍ରୟ ହୋଇ ପଡିଛନ୍ତି ତେଣୁ ଏହି ପରିବାରଙ୍କୁ କମ୍ପାନୀ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି ଖବର ପାଇ ପାଡେପଦର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମଣିଦେଇ ମାଝୀ, ସମିତି ସଭ୍ୟ ଜୁଲୁ ମାଝୀ ଓ ସୁଶିଳ କୁମାର ନାଏକ ପହଞ୍ଚି ତାର ଚିକିତ୍ସା ପାଇଁ ସହଯୋଗ କରିଥିଲେ।

 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.