ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା; ମାଁ ଦଣ୍ଡ କାଳୀ ଯୁବକ ସଂଘ ପକ୍ଷରୁ ନୀରବ ପ୍ରତିବାଦ ଓ ଶ୍ରଦ୍ଧାଞ୍ଜଳି

ଓଡିଆ ବାର୍ତ୍ତା/ ବେଗୁନିଆପଡ଼ା: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ସବୁଠି ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ସ୍ଥିତ ଚିଙ୍ଗୁଡ଼ିଖୋଲ ଗ୍ରାମରେ ମାଁ ଦଣ୍ଡ କାଳୀ ଯୁବକ ସଂଘ ପକ୍ଷରୁ ଘଟଣାକୁ କଡା ନିନ୍ଦା କରାଯିବା ସହ ଦେଶରୁ ଆତଙ୍କବାଦ ନିପାତ କରିବାକୁ ଦାବି କରାଯାଇଛି। ଏଥିସହ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସମସ୍ତ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଯାଇଥିଲା। ପରେ ସନ୍ଧ୍ୟାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଶାନ୍ତି ଓ ସଦ୍‌ଭାବନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହି କ୍ୟାଣ୍ଡେଲ ଶୋଭାଯାତ୍ରାଟି ଗ୍ରାମର ମାଁ ଦଣ୍ଡ କାଳୀଙ୍କ ମନ୍ଦିର ପ୍ରାଙ୍ଗଣରୁ ବାହାରି ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଯୁବକ ଓ  ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.