ବଂଶଧାରା ଛାତ୍ର ନିବାସ ରାସ୍ତା ନିର୍ମାଣ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଅଧିନସ୍ଥ ବଂଶଧାରା ଛାତ୍ର ନିବାସ ଠାରୁ ଏକାଡେମୀ ବ୍ଳକ -୧ ରାସ୍ତା ଶୋଚନୀୟ ହୋଇଥିବାବେଳେ ଏହି ରାସ୍ତାର ନିର୍ମାଣ ପାଇଁ ବଂଶଧାରା ଛାତ୍ରାବାସ ଓ ପୂର୍ବ ଛାତ୍ର ବାସ ଛାତ୍ର ମାନେ ଦାବୀ କରିଛନ୍ତି। ବର୍ଷା ଦିନେ ଆଣ୍ଠୁଏ ପାଣି ଜମିବା ସହ ଦୁର୍ଘଟଣା ମଧ୍ୟ ହେଉଛି। ଏହି ରାସ୍ତା ଉପରେ ଦୁଇଟି ଛାତ୍ରବାସର ପ୍ରାୟ ୫୦୦ ଛାତ୍ର ନିର୍ଭର କରନ୍ତି। ଆଜି ଛାତ୍ର ମାନଙ୍କ ଅନୁରୋଧ କ୍ରମେ ଭବାନୀପାଟଣା ପୌରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ ବିଶ୍ବବିଦ୍ୟାଳୟର ବଂଶଧାରା ଛାତ୍ରାବାସ ପାଖ ରାସ୍ତାର ତଦାରଖ କରିବା ସହିତ ଖୁବ୍ ଶୀଘ୍ର ଏହି ରାସ୍ତା ନିର୍ମାଣ ପାଇଁ ଛାତ୍ର ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଛାତ୍ର ନେତା ଚୈତନ୍ୟ ବାଗଙ୍କ ନେତୃତ୍ବରେ ପୌରାଧ୍ୟକ୍ଷଙ୍କୁ ରାସ୍ତା ନିର୍ମାଣ ସହ ଡଷ୍ଟବିନ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ସହିତ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କୁଳପତି ଡଃ ନିବେଦିତା ନାଥଙ୍କୁ ଛାତ୍ର ନେତା ମାନେ ସାକ୍ଷାତ କରି ବିଶ୍ବବିଦ୍ୟାଳୟରେ ସଫେଇ ଅଭିଯାନକୁ ତ୍ବରାନ୍ବିତ କରିବା ଏବଂ ବିଶ୍ବବିଦ୍ୟାଳୟକୁ ତମାଖୁ ମୁକ୍ତ ଅଞ୍ଚଳ ଘୋଷଣା କରିବା ସକାଶେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଆଲୁମିନି ଆସୋସିଏସନର ସମ୍ପାଦକ ଅବିନାଶ ଠାକୁର, ଛାତ୍ର ନେତା ମାନସ ସିନ୍ଦୂର, ଆଶୁତୋଷ ପୁଜାରୀ, ଭେସଜ ପାଲ, ଦୀପକ ବେହେରା, ଲୋକନାଥ ବିଶ୍ବାଳ, ପ୍ରିୟ ରଞ୍ଜନ ନାଏକ, ରୋନକ ଭୋଇ, ଶୁଭାଶିଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.