ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ପିଏମଶ୍ରୀ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ପରିଚାଳନା କମିଟିର ସଭ୍ୟ ସଭ୍ୟା ମଞ୍ଚାସୀନ ଥିଲେ। ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଓ ଶ୍ୟାମ ସୁନ୍ଦର ପଣ୍ଡାମୂଲ୍ୟାୟନ କରିଥିଲେ। ସଭାକୁ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ପାତ୍ର ପରିଚାଳନା କରିଥିଲେ। ମେଳା ରେ ୫୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ୱେତାଲିନ ପ୍ରଧାନଙ୍କ ମାର୍ଗଦର୍ଶନରେ ବିଜ୍ଞାନ ପ୍ରାଚୀର ପତ୍ର “ବିଜ୍ଞାନ ସାଗର ଉନ୍ମୋଚିତ ହୋଇଥିଲା”। ଇତ୍ୟବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଜ୍ଞାନ ଶିକ୍ଷୟତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।





