ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥୁଆପଦର ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୬ ମହା ଆଡ଼ମ୍ବରରେ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଢଳ ଦେବ ମୁଣ୍ଡ ଏବଂ ପୁର୍ବତନ ଏବିଇଓ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମୁଣ୍ଡ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଦିଗମ୍ବର ଲୋହା, ସ୍ଥାନୀୟ ଯୁବ ପ୍ରତିନିଧି ଶ୍ରୀଯୁକ୍ତ ଅରବିନ୍ଦ ସାହୁ, ଏସ୍.ଏମ୍.ସି ସଭାପତି ଶ୍ରୀଯୁକ୍ତ କୁଞ୍ଜ ବିହାରୀ ସାହୁ, ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ଗୀତାଞ୍ଜଳି ସାହୁ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଏ.ଏମ୍. ନାଗେଶ୍ୱର ରାଓଦୋରା, ସି ଆରସିସି ଚିନ୍ମୟ ମହାନ୍ତି ବିଦ୍ୟାଳୟକୁ ଭଲ ପାଉଥିବା ଯୁବରାଜ ଭାଇ, ଏସ୍.ଏମ୍.ସି ସଦସ୍ୟବୃନ୍ଦ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ମା’ ବସ୍ତେରେନ ଙ୍କ ଠାରୁ ମଶାଲ ଯାତ୍ରା ବନ୍ଦାପନା କରି ବିଦ୍ୟାଳୟ ପର୍ଯ୍ୟନ୍ତ ଆସି ବାର୍ଷିକ କ୍ରୀଡ଼ା ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଏଥିରେ ପ୍ରାୟ ୩୪୦ ଜଣ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବୃନ୍ଦ ଅଂଶଗ୍ରହଣ କରିଥିଲେ। ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ବଲ୍ ଫିଙ୍ଗା, ନିଜ ବେଲୁନ୍ ସୁରକ୍ଷା, ଲଙ୍ଗ ଜମ୍ପ, ହାଇ ଜମ୍ପ, ଦୌଡ଼, ଗଣିତ ଦୌଡ ଆଦି ବିଭିନ୍ନ ଖେଳରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବକ୍ତାମାନେ କହିଥିଲେ, ବର୍ତ୍ତମାନ ଶିକ୍ଷାରେ ଶାରୀରିକ ଶିକ୍ଷା ଏକ ଅବିଚ୍ଛେଦ୍ୟ ଅଙ୍ଗ। ସୁସ୍ଥ ରହିଲେ ତନୁମନ ଭଲ ରହେ ଓ ପାଠ ବି ଭଲ ହୁଏ। ସର୍ବାଙ୍ଗୀନ ସ୍ୱାସ୍ଥ୍ୟ ଓ ଶୃଙ୍ଖଳାକୁ ଆଖି ଆଗରେ ରଖି ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତି କୁମାରୀ ପ୍ରଧାନଙ୍କ ନେତୃତ୍ୱରେ ସହକାରୀ ଶିକ୍ଷକ ଶ୍ରୀ କ୍ଷୀରସିନ୍ଧୁ ନାୟକ, ଶ୍ରୀମତୀ ସୁଧାରାଣୀ ସାହୁ, ଶ୍ରୀମତୀ ସାଗରିକା ମହାନ୍ତି, ଶ୍ରୀ ଅନନ୍ତ ରାଉତ, ଶ୍ରୀମତୀ ରୂପମଣି ମାଝୀ ପ୍ରମୁଖ ସହଯୋଗ କରିଥିଲେ।





