କରମତଲାର ୩୬ତମ ଗିରି ଗୋବର୍ଦ୍ଧନ ପୂଜା ଉପଲକ୍ଷେ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ଗାଁରେ ବାରପାଲି ଯାଦବ ସମାଜ ଆନୁକୂଲ୍ୟରେ ୩୬ତମ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ୨୨ରୁ ୨୫ ତାରିଖ ଯାଏ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ ମଙ୍ଗଳବାର କଳସ ଯାତ୍ରା ଅନୁଷ୍ଠିତ ହୋଇଛି | ମନ୍ଦିର କମିଟି ସଭାପତି ମନୋହର ବାଗଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ହେଉଥିବା ବେଳେ ଗୋବିନ୍ଦ ଶତପଥି ପ୍ରଧାନ ଆଚାର୍ଯ୍ୟ ତଥା ଭବାନୀଶଙ୍କର ପାଣିଗ୍ରାହୀ, ସୁଦାମ ଶତପଥି ପୂଜକ ଦାୟିତ୍ୱ ତୁଲାଉଛନ୍ତି | ପ୍ରେମାନନ୍ଦ ବଗର୍ତ୍ତୀ, ବିଜୟ ବିଶି, ରାଜକିଶୋର ସିଂ ବୁଡ଼େକ କର୍ତ୍ତା ରହିଛନ୍ତି | ସତ୍ୟନାରାୟଣ ବଗର୍ତ୍ତୀ, ସଂକୀର୍ତ୍ତନ ବଗର୍ତ୍ତୀ, ଟିକେଶ୍ୱର ବାଗ, ବିପିନ ନାଗ, ମକରନ୍ଦ ବକୁଳ, ପର୍ଶୁରାମ ବଗର୍ତ୍ତୀ, ନିତେଇ ମହାକୁର, ପାଇକ ବାଗ, ରୋହିତ ବାଗ, ପ୍ରହ୍ଲାଦ ପୋଢ଼, ରୁପାଧର ବାଗ, ସନ୍ତୋଷ ମହାକୁର, ବଜନାଥ ପୋଢ଼, ସୁରେଶ ବାଗ, ଇନ୍ଦ୍ରମଣି ମହାକୁର, କବି ବାଗ, ଡିଙ୍ଗର ବାଗ, ସୁଦେବ ବଗର୍ତ୍ତୀ, ଦୀନବନ୍ଧୁ ବାଗଙ୍କ ସମେତ ଶତାଧିକ ବାରପାଲି ଯାଦବ ସମାଜ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.