ଟ୍ରେନରେ କଟି ଜଣେ ମୃତ

ରାୟଗଡ,୨୦/୧୧ : ପୂର୍ବତଟ ରେଳବାଇର ରାୟଗଡ-ସିଙ୍ଗାପୁର ରେଳ ଷ୍ଟେସନ ମଧ୍ୟରେ ଥିବା ଦେବଦଳାଗୁଡା ଗ୍ରାମ ନିକଟ ରେଳ ଧାରଣାରେ ମଙ୍ଗଳବାର ଦିନ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ରାୟଗଡ ରେଳବାଇ ପୋଲିସ ସୁରକ୍ଷା ବଳ(ଆରପିଏଫ) ପକ୍ଷରୁ ସୂଚନା ମିଳିଛି । ମୃତକ ଜଣକ ହେଲେ ଏମ.ଆନନ୍ଦ ରାଓ (୬୨) । ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ କୁମୁତଲପେଟା ଗ୍ରାମର ଏ.ଆନନ୍ଦ ରାଓ ନିଜ ସ୍ତ୍ରୀଙ୍କ ସହ କୈାଣସି ଏକ ଛୋଟ ବିଷୟକୁ ନେଇ ବଚସା କରିଥିଲେ । ପରେ ନିଜ ଘରେ ଲାଗି ରହିଥିବା ପାରିବାରିକ କଳହ ଯୋଗୁଁ ଆଜି ମଙ୍ଗଳବାର ଦିନ ସକାଳ ୮ଟା ୪୫ମିନିଟ ସମୟରେ ଦେବଦେଳଗୁଡା ଗ୍ରାମ ନିକଟସ୍ଥ ରେଳ ଧାରଣାରେ ବିଶାଖାପାଟଣାମ୍-ରାୟପୁର ପାସେଂଜର ଟ୍ରେନ ଯିବା ସମୟରେ ଟ୍ରେନରେ କଟି ଆତ୍ମହତ୍ୟା କରିଛନ୍ତି । ଘଟଣା ସଂପର୍କରେ ଖବର ପାଇ ରାୟଗଡ ଆରପିଏଫ ଥାନା ଅଧିକାରୀ ଡି.ଏନ.ତ୍ରିଲୋକ, ଏଏସଆଇ ବି.ଏସ.ପି.ରାଓ, ଜିଆରପି ଏଏସଆଇ କେଦାର ଦୋରାଙ୍କ ସମେତ ଅନ୍ୟମାନେ ପଂହଚି ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.