ରାୟଗଡ,୨୦/୧୧ : ସ୍ଥାନୀୟ ଜିସିିଡି ହାଇସ୍କୁଲ ପଡିଆ ଠାରେ ଓରମାସ ଦ୍ୱାରା ନିଯୁକ୍ତି ଭିତିକ ଯୋଜନା ଅନ୍ତର୍ଗତ ପରାମର୍ଶ ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ବ୍ଳକସ୍ତରୀୟ ଅନୁଷ୍ଠିତ ଏହି ଶିବିରରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ ବିକାଶ ଯୋଜନା (ଡିଡିୟୁଜିକେୱାଇ)ରେ ଗ୍ରାମାଂଚଳର ବେକାର ଯୁବକଯୁବତୀଙ୍କୁ ବିଭିନ୍ନ ଧନ୍ଦାମୂଳକ ତାଲିମ ପ୍ରଦାନ ସହ ନିଜକୁ ରୋଜଗାରକ୍ଷମ କରିପାରିବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଛ ବୋଲି ଓରମାସର ଯୁଗ୍ମ ନିର୍ଦ୍ଦେଶକ ମନୋଜ କୁମାର ପାତ୍ର ଉଦଘାଟନୀ ଉତ୍ସବରେ ପ୍ରକାଶ କରିଥିଲେ । ରାୟଗଡ ପଂଚାୟତ ସମିତିର ଅଧ୍ୟକ୍ଷ ପେଦେଂଟି ରାମୁଲୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଶିବିରର ଆବାହକ ଭାବେ ରାୟଗଡ ବ୍ଳକ ବିଡିଓ ରାଜେନ୍ଦ୍ର ମାଝି ଗ୍ରାମାଂଚଳର ଯୁବକଯୁବତୀ ବିଭିନ୍ନ ଧନ୍ଦାମୂଳକ ତାଲିମ ମାଧ୍ୟମରେ ନିଜକୁ ଆର୍ଥିକ ସ୍ୱଚ୍ଛଳ କରିବା ନିମନ୍ତେ ଉତ୍ସାହିତ କରିଥିଲେ । ସେହିପରି ଜିଲ୍ଳା ନିୟୋଜନ ଅଧିକାରୀ ରାଜେନ୍ଦ୍ର ଟେଟେ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହଚରଣ ପଟ୍ଟନାୟକ, ଉପାଧ୍ୟକ୍ଷ ମୀନତି ବାଚେଲି ପ୍ରମୁଖ ଯୋଗ ଦେଇଥିଲେ । ରାୟଗଡ ବ୍ଳକର ୨୮ଟି ଗ୍ରାମ ପଂଚାୟତରୁ ୧୦୨୨ଜଣ ଯୁବକଯୁବତୀ ଯୋଗ ନେଇଥିବା ବେଳେ ୨୫୭ଜଣ ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା ଦ୍ୱାରା ବିଭିନ୍ନ ଟ୍ରେଡରେ ମନୋନୀତ ହୋଇଥିବା ଜିଲ୍ଳା ସଂଯୋଜକ (କୈାଶଳ) ଆଶିସ ରଂଜନ ମିଶ୍ର ପ୍ରକାଶ କରିଛନ୍ତି । ଏହି ଶିବିରରେ ଭୁବନେଶ୍ୱରର ଆବେୟ ୱେଷ୍ଟ ସର୍ଭିସ, ଦୀନବନ୍ଧୁ ଫାଉଣ୍ଡେସନ, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ, ଥେରୁବାଲି ଓ ଭୁବନେଶ୍ୱର. ସାହି ଏକ୍ସପୋର୍ଟ, ଭୁବନେଶ୍ୱର, ଗ୍ରାମତରଙ୍ଗ, ଗୁଣପୁର ଓ ରାୟଗଡ, ଉପାସନା ଏଜୁକେସନ ଟ୍ରଷ୍ଟ, ପୀତାମହଲ, ରାୟଗଡ, ବିଦ୍ୟାଭାରତୀ ଏଜୁକେସନ ଟ୍ରଷ୍ଟ,ଭୁବନେଶ୍ୱର ଓ ଗୁଣପୁର ଆଦି ୯ଟି ପ୍ରକଳ୍ପ ସଂପାଦନା ସଂସ୍ଥା (ପିଆଇଏ)ଯୋଗ ଦେଇଥିଲେ । ଉତମ ଓ ଭିନ୍ନ ଟ୍ରେଡର ସଂସ୍ଥା ପ୍ରତି ଆଗ୍ରହୀ ପ୍ରାର୍ଥୀଙ୍କ ଦରଖାସ୍ତକୁ ସଂପୃକ୍ତ ସଂସ୍ଥାକୁ ପଠାଇ ଯୋଗାଯୋଗ କରାଯିବ ବୋଲି ଜିଲ୍ଳା କୈାଶଳ ସଂଯୋଜକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଏହି ଶିବିରରେ ବିଜୁ ଯୁବ ବାହିନୀ, ବ୍ଳକର ସମସ୍ତ ନିର୍ବାହୀ ଅଧିକାରୀ,ବଜିଆରଏସ କର୍ତା ପରିଚାଳନାରେ ସହଯୋଗ କରିଥିଲେ । ଏବିଡିଓ ନୃସିଂହଚରଣ ପଟ୍ଟନାୟକ ମଂଚ ପରିଚାଳନା କରିଥିବା ବେଳେ ୨୦ଗୋଟି ଷ୍ଟଲ ମଧ୍ୟରୁ ୧୩ଗୋଟି ଷ୍ଟଲରେ ପିଆଇଏ ସଂସ୍ଥା ଓ ଅନ୍ୟ ୪ଟି ପଂଜୀକୃତ ଏବଂ ଅନ୍ୟାନ୍ୟଗୁଡିକରେ ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ପୋଲିସ ଓ ଅଗ୍ନିଶମ ବିଭାଗକୁ ସେବା ଯୋଗାଇବାକୁ ପ୍ରଦାନ କରାଯାଇଥିଲା ।