ରାୟଗଡ,୨୪/୧୧ : ରାୟଗଡ ଜିଲ୍ଳା ୱାକରର୍ସ କ୍ଳବ’ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ପ୍ରେମ ପାହାଡ ଗୋଷ୍ଠୀ କେନ୍ଦ୍ର ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡି.ଡାଲି ରାଜୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କ୍ଳବର ଉପଦେଷ୍ଠା ସତ୍ୟବାଦୀ ପତି, ପୂର୍ବତନ ସଭାପତି କିଶୋର ଚନ୍ଦ୍ର ପଣ୍ଡା,ବସଂପାଦକ ଗୋପସୁନ୍ଦର ଦାଶ ଓ କୋଷାଧ୍ୟକ୍ଷ ଶଙ୍ର୍କଷଣ ମଙ୍ଗରାଜ ମଂଚାସୀନ ହୋଇ ନଭେମ୍ବର ମାସର ସାଧାରଣ ପରିଷଦ ବୈଠକରେ କ୍ଳବର ସଦ୍ୟସତା, କାର୍ଯ୍ୟକ୍ରମ ଓ ପରିଚାଳନା ଉପରେ ଆଲୋଚନା କରିଥିଲେ । ୱାକରର୍ସ କ୍ଳବର ସଭାପତି ଶ୍ରୀ ରାଜୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଶ୍ରୀ ଦାସ ନଭେମ୍ବର ମାସର ସଂପାଦକୀୟ ବିବରଣୀ ପାଠ କରିଥିଲେ ।
ସେହିପରି ଚଳିତ ବର୍ଷର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱର ଅନୁଷ୍ଠିତ କରିବା ପାଇଁ କ୍ଳବ ସ୍ଥିର କରିଥିବା ବେଳେ ଆସନ୍ତା ଡିସେମ୍ବର ମାସ ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ବ୍ରହ୍ମପୁର ଠାରେ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ପରିଷଦ ବୈଠକରେ ଅବଗତ କରାଯାଇଛି । ସେହିପରି ଆସନ୍ତା ୨୦୨୦ ଜାନୁୟାରୀ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ନୂତନ ପରିଷଦ ଗଠନ କରାଯାଇଛି । ଏହି ନୂତନ ପରିଷଦରେ ପୂର୍ବତନ ଉପସଭାପତି-୧- ସୁନୀଲ ଚନ୍ଦ୍ର ପଣ୍ଡା ନୂତନ ସଭାପତି ମନୋନୀତ ହୋଇଥିବା ବେଳେ ଉପସଭାପତି-୧ ରୂପେ ପ୍ରତାପ ଚନ୍ଦ୍ର ବାଉରି, ଉପସଭାପତି-୨ ଭାବେ ପୂର୍ବତନ ସଂପାଦକ ଗୋପସୁନ୍ଦର ଦାସ, ସଂପାଦକ ଭାବେ ପୂର୍ବତନ କୋଷାଧ୍ୟକ୍ଷ ଶଙ୍କର୍ଶଣ ମଙ୍ଗରାଜ, ସହ ସଂପାଦକ ଭାବେ ଲାଲବିହାରୀ ଲେଙ୍କା, କୋଷାଧ୍ୟକ୍ଷ ଭାବେ ପ୍ରଭାକର ଦୋରା, ସହ କୋଷାଧ୍ୟକ୍ଷ ଭାବେ ବଳରାମ ଚୈାଧୁରୀ ଓ ଜୋଲି ୱାକର ଭାବେ ରାମନାଥ ପୁରୋହିତ ଓ ୨୩ଜଣ ଡାଇରେକ୍ଟରର୍ସ ମନୋନୀତ ହୋଇଛନ୍ତି । ରାୟଗଡ ୱାକରର୍ସ କ୍ଳବ ଦ୍ୱାରା ପ୍ରତ୍ୟେକ ମାସର ପ୍ରଥମ ରବିବାର ଦିନ ବୋର୍ଡ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ଦ୍ୱିତୀୟରେ ପର୍ଯ୍ୟଟନ ସ୍ଥଳୀ ପ୍ରେମ ପାହାଡର ଚର୍ତୁପାର୍ଶ୍ବର ଓ ଉପର ଭାଗରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଉଥିବା ବେଳେ ତୃତୀୟରେ ସହରର ପ୍ରତ୍ୟେକ ସାହି ଗଳିରେ ଗଣ ପଦଚାଳନା କରାଯାଇଥାଏ । ସେହିପରି ମାସର ଚତୁର୍ଥ ରବିବାରରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ଅନୁଯାୟୀ ଆଗାମୀ ଦିନଗୁଡିକରେ କରାଯିବାକୁ ଥିବା କାର୍ଯ୍ୟକ୍ରମଗୁଡିକ ଉପରେ ଆଲୋଚନା କରାଯାଇଥାଏ । ବିିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ, ବକୃତା ଆଦି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ମାଗଣା ସ୍ୱାସ୍ଥ୍ୟ ଶିବିର,ବସାମାଜିକ କ୍ରିୟାକଳାପ ଆଦି କାର୍ଯ୍ୟକ୍ରମ କରାଯାଉଥିବା ନେଇ ସଂପାଦକ ଶ୍ରୀ ଦାସ ସୂଚନା ଦେଇଥିଲେ ।