ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ରବିବାର ବିଭିନ୍ନ ସମାଜର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ତଲାଗାଁ ସ୍ଥିତ ଧାନ ମଣ୍ଡିଠାରେ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ସ୍ତରୀୟ ପଣ୍ଡରାମାଳୀ ସେବାସଂଘ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠିତ ଭେଟଘାଟ କାର୍ଯ୍ୟକ୍ରମରେ ଗୋପବନ୍ଧୁ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନରସିଂ ନାଏକ ମୁଖ୍ୟବକ୍ତା, ସରପଞ୍ଚ ଯମୁନା ନାଏକ, ନାଏବ ସରପଞ୍ଚ ବିଡୁ ନାଏକ, ଡମବୁଡା ନାଏକ, ସଭାପତି ଜଗଦୀଶ ନାଏକ, ସମ୍ପାଦକ ବିଶ୍ଵନାଥ ନାଏକ, ସହ ସମ୍ପାଦକ ଅଜିତ ନାଏକ, ଉପସଭାପତି ରୁପଧର ନାଏକ, କୋଷାଧ୍ୟକ୍ଷ ରଘୁନାଥ ନାଏକ, ଭଜମନ ନାଏକ, ହରିଶ୍ଚନ୍ଦ୍ର ନାଏକ, ଦୁତିକା ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମରେ ନାରୀ ସଶକ୍ତିକରଣ, ଶିକ୍ଷା, ରାଜନୈତିକ, ସମାଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ସମାଜର ନୀତି ଆଦର୍ଶକୁ ମାନି ଚାଲିବା, ବିଭିନ୍ନ କ୍ଷେତ୍ରରେ କେମିତି ସମାଜ ଆଗକୁ ଯିବ ସେନେଇ ବିଶେଷ ଆଲୋଚନା ହୋଇଥିବା ବେଳେ ନାରୀ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାପାଇଁ ମତ ପ୍ରକାଶ ପାଇଥିଲା। ଏହି କ୍ରମରେ ଛାତ୍ରଛାତ୍ରୀ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ କେଦାର ନାଏକ ଓ ହେମରାଜ ନାଏକ ମଞ୍ଚ ସଂଯୋଜନା କରିଥିବାବେଳେ କର୍ପୁର ନାଏକ, ଚୌଧୁରୀ ନାଏକ, କୃଷ୍ଣଚନ୍ଦ୍ର ନାଏକ, ଧର୍ମାନନ୍ଦ ନାଏକ, ପର୍ଶୁରାମ ବିଶି, ନରେଶ ଚନ୍ଦ୍ର ନାଏକ, ନକୁଳ ନାଏକ, ମହାନ୍ତି ମାଝୀ, ମାନସିଂ ନାଏକ, ଯଦୁମଣି ନାଏକ, ଲୋକେଶ୍ବର ନାଏକ, ଟିକେଶ୍ବର ନାଏକ, ବିଜୟ ମଶ୍ରା ପ୍ରମୁଖ ସହଯୋଗ କରିଥିଲେ। ସେହିପରି କୋକସରା ବ୍ଲକ ଆଦିସ୍କନ୍ଦ ସମାଜ ପକ୍ଷରୁ ମଧ୍ୟ ଝୁଲେନବର ପିଣ୍ଡାପଦର ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା। ସଭାପତି ବୈଦ୍ୟନାଥ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭେଟଘାଟ କାର୍ଯ୍ୟକ୍ରମରେ ସମାଜର ବରିଷ୍ଟ ବ୍ୟକ୍ତି କେଶରୀ ପୁଝାରୀ, ଦଶରଥ ପୁଝାରୀ, ଡିଙ୍ଗର ମାଝୀ, ସାଧୁରାମ ମାଝୀ, ବିରେନ କନ୍ଧ ପ୍ରମୁଖ ଯୋଗଦେଇ ସମାଜର ଉନ୍ନତି ଦିଗରେ ମତବ୍ୟକ୍ତ କରିଥିଲା। ଏହି କ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏବଂ ଉନ୍ନତ ପ୍ରଦର୍ଶନ କାରୀଙ୍କୁ ସମାଜ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଭେଟଘାଟ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ସମାଜିକ ଲୋକେ ଯୋଗଦେଇ ଥିଲେ।





