ଖଇରା ମଣ୍ଡଳ ଓଷ୍ଟା ତରଫରୁ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ବାଲେଶ୍ବର,୨୮/୧୧(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଜଳଙ୍ଗଗଣ୍ଡିବେଡ ଠାରେ ଥିବା ମାୟାଧର ନବକିଶୋର ଉଚ୍ଚ ବିଦ୍ଯାଳୟ ପରିସରରେ ଖଇରା ଓଷ୍ଟା ତରଫରୁ ୨୩ ତମ ସାମ୍ବିଧାନିକ ସମ୍ମିଳନୀ ସ୍ଥାୟୀ ସଭାପତି ମହେନ୍ଦ୍ର ପ୍ରସାଦ କବିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ବେହେରା, ଜିଲ୍ଲା ଉପ-ସଭାପତି ରାଧାକାନ୍ତ ପଣ୍ଡା, ଜିଲ୍ଲା ଉପ-ସଭାନେତ୍ରୀ ଟି.ଭି. ରାଜଲକ୍ଷ୍ମୀ,ପୂର୍ବତନ ଜିଲ୍ଲା ଉପ- ସଭାପତି ଭରତ ଚନ୍ଦ୍ର ଦାସ,ବରେନ୍ଦ୍ର କୁମାର ରାଉତ,ଜିଲ୍ଲା ଯୁଗ୍ମସମ୍ପାଦକ ନିରଞ୍ଜନ ଦାଶ,ପୂର୍ବତନ ଜିଲ୍ଲା ଉପଦେଷ୍ଟା ମହେଶ୍ୱର ପଣ୍ଡା,ବ୍ଲକ ଉପଦେଷ୍ଟା ଧନେଶ୍ୱର ପଣ୍ଡା,ନିମ୍ନ ମାଧ୍ଯମିକ ଶିକ୍ଷକ ସଙ୍ଘର ମୁଖପତ୍ର ଶିକ୍ଷକ ଦର୍ପଣର ତପନ କୁମାର ତ୍ରିପାଠୀ, ସିମୁଳିଆ ବ୍ଲକ ଯୁଗ୍ମ ସମ୍ପାଦକ କୁସୁନବନ୍ଧୁ ନାୟକ ଓ ଉକ୍ତ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ । ବିଦ୍ଯାଳୟର ଶିକ୍ଷକ ସଚ୍ଚିଦାନନ୍ଦ ମହାପାତ୍ର ମଞ୍ଚ ଆହ୍ବାନ କରିଥିବା ବେଳେ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲେଙ୍କା ସ୍ବାଗତ ଭାଷଣ ଦେଇଥିଲେ । ବ୍ଲକ ଉପ-ସଭାପତି ଦୀନବନ୍ଧୁ ଦାଶ ପୂର୍ବ ବିବରଣୀ ପାଠ କରିଥିଲେ । ସମ୍ପାଦକ ଷଡାନନ ପାଣିଗ୍ରାହୀ ବିଗତ ବର୍ଷର ଆୟବ୍ଯୟ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ବକ୍ତବ୍ୟ ପରେ ପୁରାତନ କମିଟିକୁ ଭଙ୍ଗକରି ନୂତନ କମିଟି ଗଠନ କରିବାକୁ ଜିଲ୍ଲା ପୂର୍ବତନ ସଭାପତି ତଥା ଜିଲ୍ଲାରୁ ଆସିଥିବା ପର୍ଯ୍ଯବେକ୍ଷ ଅତିଥି ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ପରେ ପରେ ବିଭିନ୍ନ ବିଦ୍ଯାଳୟରୁ ଶିକ୍ଷକ ଶିକ୍ଷୟତ୍ରୀମାନେ ସଭାପତି, ଉପ-ସଭାପତି, ଉପ-ସଭାନେତ୍ରୀ, ସମ୍ପାଦକ, ସଙ୍ଗଠନ ସମ୍ପାଦକ, ଯୁଗ୍ମସମ୍ପାଦକ, ରାଜ୍ୟ ପରିଷଦ ସଭ୍ଯ,ଜିଲ୍ଲା ପରିଷଦ ସଭ୍ଯ ଓ ଜିଲ୍ଲା କାର୍ଯ୍ୟକାରୀ ସଦସ୍ଯ ଭାବେ କମିଟିକୁ ମନୋନୀତ ହୋଇଥିଲେ । ଏଥିରେ ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀମାନେ ଉପସ୍ଥିତ ଥିଲେ ।


୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.